Latest Odisha News

BREAKING NEWS

କେଦାରନାଥରେ ପୂଜାର୍ଚ୍ଚନା କଲେ ଜ୍ୟାକଲିନ୍‌

ମୁମ୍ବାଇ: ପ୍ରସିଦ୍ଧ ଶୈବପୀଠ କେଦାରନାଥରେ ପୂଜାର୍ଚ୍ଚନା କଲେ ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ୍ ଫଣ୍ଣାଣ୍ଡିଜ୍ । ନିଜର ସାଙ୍ଗସାଥୀଙ୍କ ସହ ବାବା କେଦାରନାଥଙ୍କ ଦର୍ଶନ କରି ସୋସିଆଲ୍ ମିଡିଆରେ ଫଟୋ ସେୟାର କରିଛନ୍ତି ଜ୍ୟାକଲିନ୍ । ନିକଟରେ ନିଜକୁ ଅଭିନେତ୍ରୀଙ୍କ ପ୍ରେମିକ ବୋଲି ଦାବି କରୁଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ଜ୍ୟାକଲିନଙ୍କ ଲାଗି ନବରାତ୍ରି ପାଳୁଥିବା ଖବର ସାମ୍ନାକୁ ଆସିଥିଲା । ଏବେ ଜ୍ୟାକଲିନ୍ କେଦାରନାଥ ଯାଇ ପୂଜାର୍ଚ୍ଚନା କରିବା ଘଟଣା ଦୁଇ ଜଣଙ୍କ ଭିତରେ ଗଭୀର ସଂପର୍କ ଥିବା ଚର୍ଚ୍ଚାକୁ ଖୋରାକ ଯୋଗାଇଛି ।

ଜ୍ୟାକଲିନ୍ ତାଙ୍କର କିଛି ସାଙ୍ଗଙ୍କ ସହ କେଦାରନାଥରେ ପହଞ୍ଚିଥିଲେ । ସେଠାରେ ପୂଜାର୍ଚ୍ଚନା କରିବା ସହ ମହାଦେବ ଶିବଙ୍କର ଆଶୀର୍ବାଦ କାମନା କରିଥିଲେ । ସାଧାରଣ ଭାବେ ପାଶ୍ଚାତ୍ୟ ଶୈଳୀର ପୋଷାକରେ ରହୁଥିବା ଏହି ଅଭିନେତ୍ରୀ ମନ୍ଦିରକୁ ଶାଢ଼ି ପିନ୍ଧି ଯାଇଥିଲେ । ସାଧାରଣ ଭକ୍ତଙ୍କ ଭଳି କପାଳରେ ଆଶୀର୍ବାଦୀ ଚନ୍ଦନ ଲେପିଥିଲେ । ପୂଜାର୍ଚ୍ଚନା ସାରି ମନ୍ଦିର ବାହାରକୁ ଆସି ସେ ସାଙ୍ଗମାନଙ୍କ ସହିତ ଫଟୋ ଉଠାଇ ଥିଲେ । ଏହି ଫଟୋ ସେ ସୋସିଆଲ୍ ମିଡିଆରେ ପୋଷ୍ଟ କରିବା ପରେ ତାହା ତାଙ୍କ ପ୍ରଶଂସକମାନଙ୍କ ଦ୍ୱାରା ଆଦୃତ ହୋଇଛି ।

ନିକଟରେ ମହାଠକ ସୁକେଶ ଚନ୍ଦ୍ରଶେଖର କାରଣରୁ ଚର୍ଚ୍ଚାକୁ ଆସିଥିଲେ ଜ୍ୟାକଲିନ୍ । ସୁକେଶ ଜେଲରୁ ଜ୍ୟାକଲିନଙ୍କୁ ଏକ ଚିଠି ଲେଖି ତାଙ୍କ ପାଇଁ ନବରାତ୍ରୀ ବ୍ରତ ପାଳୁଛି ବୋଲି ପ୍ରକାଶ କରିଥିଲେ ।

Leave A Reply

Your email address will not be published.