Latest Odisha News

BREAKING NEWS

୬୬ ବୟସର ବ୍ୟକ୍ତି ୮୭ ଥର କରିଛନ୍ତି ବିବାହ, ଏହି ବିବାହ ପଛର କାରଣ କଣ ?

ନୂଆଦିଲ୍ଲୀ : ୮୮ତମ ବିବାହ କରିବାକୁ ଯାଉଛନ୍ତି ଜଣେ ବ୍ୟକ୍ତି । ଏଭଳି ଅଦ୍‌ଭୁତ ଘଟଣା ଇଣ୍ଡୋନେସିଆ ଅନ୍ତର୍ଗତ ପଶ୍ଚିମ ଜାଭା ଅଞ୍ଚଳରେ ଥିବା ମାଜାଲେଙ୍ଗକା ଗାଁର ବୋଲି ଜଣାପଡ଼ିଛି । ସେହି ବ୍ୟକ୍ତି ଜଣଙ୍କ ନାଁ ହେଉଛି କାନ୍‌ । ପେସାରେ ସେ ଜଣେ ଚାଷୀ । ତାଙ୍କ ଗାଁରେ ସେ ଏକାକୀ ବସବାସ କରନ୍ତି । ତାଙ୍କ ବାପା ମା’ଙ୍କର ସ୍ୱର୍ଗବାସ ହୋଇ ସାରିଥିବା ବେଳେ ଏକମାତ୍ର ଭଉଣୀ ବାହା ହୋଇ ଇଣ୍ଡୋନେସିଆରେ ରହୁଛନ୍ତି । ତେବେ କାନଙ୍କୁ ଯେତେବେଳେ ୧୪ ବର୍ଷ ବୟସ ହୋଇଥିଲା ସେ ପ୍ରଥମ ଥର ବିବାହ କରିଥିଲେ ।

ସେତେବେଳେ ତାଙ୍କ ପତ୍ନୀ ତାଙ୍କ ଠାରୁ ବୟସରେ ଦୁଇ ବର୍ଷ ବଡ଼ ଥିଲେ । ତେବେ କାନ୍‌ଙ୍କ ଖରାପ ବ୍ୟବହାର ଯୋଗୁଁ ଦୁଇ ବର୍ଷ ପରେ ପ୍ରଥମ ପତ୍ନୀ ତାଙ୍କ ଠାରୁ ଛାଡ଼ପତ୍ର ଦେଇ ପଳାଇଯାଇଥିଲେ ।କାନ୍‌ କୁହନ୍ତି କି ଅଲଗା ହୋଇଥିଲେ ମଧ୍ୟ ପୂର୍ବ ପତ୍ନୀଙ୍କ ସହ ତାଙ୍କର ମଧୁର ସମ୍ପର୍କ ରହିଛି । କାନ୍‌ଙ୍କ କହିଛନ୍ତି କି, ଯଦି କୌଣସି ପୂର୍ବତନ ପତ୍ନୀ ତାଙ୍କ ନିକଟକୁ ଫେରିବାକୁ ଚାହୁଁଛନ୍ତି ତେବେ ସେ ମନା କରନ୍ତି ନାହିଁ । ପ୍ରଥମ ପତ୍ନୀଙ୍କ ଠାରୁ ଅଲଗା ହେବା ପରେ ସେ ଆଧ୍ୟାତ୍ମିକ ଦିଗରେ ଯାଇଥିଲେ । ଅବଶ୍ୟ ଲକ୍ଷ୍ୟ ଥିଲା ମହିଳାମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ।

ହେଲେ କାନ୍‌ କୁହନ୍ତି କି ମହିଳାମାନଙ୍କ ଭାବନା ସହ ଖେଳିବାକୁ ସେ ଆଦୌ ଚାହାନ୍ତି ନାହିଁ । ତେଣୁ ତା ଅପେକ୍ଷା ସେମାନଙ୍କ ସହ ବିବାହ କରି ସମ୍ପର୍କ ରଖିବା ଭଲ ବୋଲି ସେ କହିଛନ୍ତି । ଏଥର ବି ସେ ନିଜର ଜଣେ ପୂର୍ବତନ ପତ୍ନୀଙ୍କୁ ବିବାହ କରିବାକୁ ଯାଉଛନ୍ତି । ଏହି ନାୟକ ଜଣକ ଏପର୍ଯ୍ୟନ୍ତ ବାହା ହୋଇଥିବା ୮୭ ବିବାହରୁ ସେ ୮୬ ଥର ବାହା ହୋଇଛନ୍ତି ତାଙ୍କର ପୂର୍ବତନ ପତ୍ନୀମାନଙ୍କୁ । ତାଙ୍କର ଏହି ଗୁଣ ଯୋଗୁଁ ତାଙ୍କ ସ୍ଥାନୀୟ ଲୋକେ ପ୍ଲେ ବଏ କିଙ୍ଗ ବୋଲି କୁହନ୍ତି ।

ଆଉ ସବୁଠୁ ମଜାଦାର କଥା ହେଉଛି କାନ୍‌ଙ୍କର କୌଣସି ମ୍ୟାରେଜ ସାର୍ଟିଫିକେଟ୍‌ ନଥିବା ଜଣାପଡ଼ିଛି।

Leave A Reply

Your email address will not be published.