ଆଠଗଡ଼: ପୁଣି ଚିନ୍ତା ବଢାଇଛି କରୋନା। କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହେଲା କଟକ ଜିଲ୍ଲାର ଏକ ଗ୍ରାମ। ଗୋଟିଏ ପଟେ କରୋନା ପ୍ରକୋପ ହ୍ରାସ ପାଉଥିବା ବେଳେ ଏବେ ପୁଣି ଥରେ ଏକ ଅଞ୍ଚଳକୁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣାକୁ ନେଇ ଚିନ୍ତା ପ୍ରକଟ ହୋଇଛି।
ସୂଚନା ଅନୁଯାୟୀ ଆଠଗଡ଼ ବ୍ଲକ ଯୋରନ୍ଦା ପଂଚାୟତର ପାଇକେରାପୁର ଗ୍ରାମକୁ ୫ ଦିନ ପାଇଁ କଣ୍ଟେନମେଣ୍ଟ୍ ଜୋନ ଘୋଷଣା କରାଯାଇଛି। ଏହି ସମୟରେ ଲୋକଙ୍କୁ ଯିବାଆସିବା ଉପରେ ସଂପୂର୍ଣ୍ଣ କଟକଣା ଜାରି କରାଯାଇଛି। ଏନେଇ ଆଠଗଡ଼ ବିଡିଓ ଅରୁଣ କୁମାର ଦାସ ସୂଚନା ଦେଇଛନ୍ତି।
ବୁଧବାର ଦିନ ସ୍ଥାନୀୟ ପାଇକେରାପୁରରେ ଆଣ୍ଟିଜେନ୍ ଟେଷ୍ଟ ହୋଇଥିଲା। ଏଥିରେ ମୋଟ ୭୫ ଜଣଙ୍କ ସ୍ବାବ ସଂଗ୍ରହ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୯ ଜଣଙ୍କର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା। କରୋନା ବିସ୍ତାର କୁ ଦୃଷ୍ଟିରେ ରଖି ବ୍ଲକ ପ୍ରଶାସନ ପକ୍ଷରୁ ପାଇକେରାପୁର ଗ୍ରାମକୁ ସିଲ୍ କରାଯାଇଛି। ଗ୍ରାମରେ ଆହୁରି ଅଧିକ ଟେଷ୍ଟ ପାଇଁ ପଦକ୍ଷେପ ନେବାକୁ ପ୍ରଶାସନ ଯୋଜନା କରୁଛି। ଅନ୍ୟପଟେ ପଜିଟିଭ୍ ଚିହ୍ନଟ ୯ ଜଣଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି।
Comments are closed.