Latest Odisha News

ବ୍ରହ୍ମପୁର କ୍ଷୀର ବ୍ୟବସାୟୀ ହତ୍ୟା ଘଟଣା: ୩ ଅଭିଯୁକ୍ତ ଗିରଫ

ଗଞ୍ଜାମ: ଗଂଜାମ ଜିଲ୍ଲାର ବ୍ରହ୍ମପୁରସ୍ଥିତ ହିଲପାଟଣା ଠାରେ ଗତ ୧୩ ତାରିଖ ରାତି କ୍ଷୀର ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟାକାଣ୍ଡ ଘଟଣାରେ ଗୋଷାଣୀନୂଆଗାଁ ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ଗୋଷାଣୀନୂଆଗଁ ଥାନା ଅନ୍ତର୍ଗତ ନେହେରୁ ନଗର ୯ମ ଲାଇନର ଶିବ ମହାକୁଡ (୨୩), ରୂପେଶ ପାଢ଼ୀ (୨୪) ଓ ଦିଗପହଣ୍ଡି ଥାନା ଅନ୍ତର୍ଗତ ବନ୍ଧସାହି ଭୀଷ୍ମଗିରି ଗାଁର ରଂଜିତ ସାହୁ (୨୩)। ତେବେ ଏହି ଘଟଣା ସହିତ ସଂପୃକ୍ତ ଅନ୍ୟ୨ ଜଣ ଅଭିଯୁକ୍ତ ଫେରାର ଅଛନ୍ତି।

ପୁଲିସ ଅଭିଯୁକ୍ତମାନଙ୍କ ଠାରୁ ୪୦ ହଜାର ଟଙ୍କା, ୯୮ ଗ୍ରାମ ଓଜନର ଏକ ସୁନାଚେନ, ଏକ ଟାଇଟନ ହାତଘଣ୍ଟା, ୩ ଗ୍ରାମ ଥିବା କାନ ରିଂ ଜବତ ହୋଇଛି। ସେହିପରି ୫ଟି ମୋବାଇଲ ଓ ଅନ୍ୟ ଜିନିଷପତ୍ର ମଧ୍ୟ ଜବତ ହୋଇଛି।

ପୁଲିସ ସୂଚନା ମୁତାବକ, ଘଟଣା ଦିନ ଅଭିଯୁକ୍ତମାନେ ବିଳମ୍ବିତ ରାତ୍ରିରେ ହିଲପାଟଣାସ୍ଥିତ ଲମ୍ବୋଦର ମୁନିଙ୍କ Nùe ପ୍ରବେଶ କରିଥିଲେ। ସେମାନେ ଲମ୍ବୋଦରଙ୍କୁ ହତ୍ୟା କରିବା ପରେ ଡକାୟତି କରିଥିଲେ। ଅଭିଯୁକ୍ତମାନେ ନଗଦ ଟଙ୍କା ଓ ସୁନା ଗହଣା ନେଇ ଫେରାର ହୋଇଯାଇଥିଲେ। ଏନେଇ ଗୋଷାଣୀନୂଆଗଁ ଥାନାରେ ଅଭିଯୋଗ ହୋଇଥିଲା।

 

Comments are closed.