Latest Odisha News

BREAKING NEWS

ଫାଟିଗଲା ବ୍ୟାଟେରୀ, ଜଳିଗଲା ତିନୋଟି ବ୍ୟାଟେରୀ ଚାଳିତ ବାଇକ

ଯାଜପୁର (ହିମାଂଶୁ କୁମାର ପାଢ଼ୀ): ଚାର୍ଜ ବେଳେ ଫାଟିଲା ବ୍ୟାଟେରୀ ବାଇକର ବ୍ୟାଟେରୀ। ଯାଜପୁର ଲଳିତେଶ୍ୱର ନଗରରେ ଥିବା ଏକ ସୋ ରୁମରେ ଏହି ଅଘଟଣ ଘଟିଛି। ଗାଡି ବ୍ୟାଟେରୀ ଚାର୍ଜ ହେଉଥିବା ସମୟରେ ହଠାତ ଏକ ବ୍ୟାଟେରୀ ବିସ୍ପୋରଣ ହୋଇଥିଲା। ଫଳରେ ନିଆଁ ପୁରା ସୋ ରୁମକୁ ବ୍ୟାପିଥିଲା। ଏଥିରେ ମୋଟ 3ଟି ବାଇକ ପୋଡି ପାଉଁଶ ହୋଇଯାଇଛି।

ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ନିଆଁ ଲିଭାଇବାକୁ ଯାଇ ଜଣେ କର୍ମଚାରୀ ଆହତ ହୋଇଛନ୍ତି। ଆହତ କର୍ମଚାରୀ ହେଉଛନ୍ତି ତପୁନା ସାହୁ। ତାଙ୍କୁ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଡାକ୍ତର ଖାନାରେ ଭର୍ତି କରାଯାଇଛି।

ସୋରୁମର କର୍ମଚାରୀ ସୌମ୍ୟ କହିଛନ୍ତି, ଏକ ବ୍ୟାଟେରୀ ଖରାପ ଥିଲା । ମରାମତି ପାଇଁ ଆସିଥିଲା। ବ୍ୟାଟେରୀରେ ପାଣି ପଶି ଯାଇଥିବାରୁ ଖରାପ ହୋଇଯାଇଥିଲା। ତେବେ ମରାମତି କରି ଚାର୍ଜ କରିବାକୁ ବସାଇଥିଲେ। ଏହି ସମୟରେ ଅଘଟଣ ଘଟିଛି। ଏଥିରେ ମୋଟ୍ 3ଟି ନୂଆ ବ୍ୟାଟେରୀ ଚାଳିତ ବାଇକ ପୋଡି ପାଉଁଶ ହୋଇଯାଇଛି। ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବ୍ୟକ୍ତି ଜଣଙ୍କ ମେକାନିକ । ତାଙ୍କ ନାମ ତପୁନା ସାହୁ ।

Leave A Reply

Your email address will not be published.