ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ବିଦିଶା ଜିଲ୍ଲା ସଲାମତପୁର ଥାନା ଅନ୍ତର୍ଗତ ଲମ୍ବାଖେଡାଠାରେ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ପ୍ରେସ କ୍ଲବ ସଭାପତିଙ୍କ ସମେତ ତିନିଜଣ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି ।
ସମ୍ବାଦିକ ମାନେ ଯାଉଥିବା ସମୟରେ ଏକ ଅଜଣାଗାଡ଼ି ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଗାଡ଼ିଟି ଫେରାର ହୋଇଯାଇଛି । ତେବେ ପ୍ରେସ କ୍ଲବ ସଭାପତି ରାଜେଶ ଶର୍ମାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଘର ଖରି ଫାଟକରେ ବୋଲି ଜଣା ପଡ଼ିଛି । ସେହିପରି ସିନ୍ଧି କଲୋନୀର ସମ୍ବାଦିକ ସୁନୀଲ ଶର୍ମା ଓ ଆରଏମପି ନାଗରର ବାସିନ୍ଦା ସାମ୍ବାଦିକ ନରେନ୍ଦ୍ର ଦୀକ୍ଷିତଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସାମ୍ବାଦିକ ମାନଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଦୁଃଖ ପ୍ରକାଶ କରିଛନ୍ତି ।
ସେ ଟୁଇଟ୍ କରି ଲେଖିଛନ୍ତି, ଏହି ଦୁର୍ଘଟଣାରେ ବିଦ୍ୟା ପ୍ରେସ କ୍ଲବ୍ ସଭାପତି ରାଜେଶ ଶର୍ମା ଏବଂ ସାଥୀ ସାମ୍ବାଦିକ ସୁନୀଲ ଶର୍ମା ଓ ନରେନ୍ଦ୍ର ଦୀକ୍ଷିତଙ୍କ ମୃତ୍ୟୁ ଖବର ଜାଣି ମୁଁ ଦୁଃଖିତ । ଭଗବାନଙ୍କୁ ପ୍ରାର୍ଥନା କରୁଛି ଏହି ଅମର ଆତ୍ମାଙ୍କୁ ତାଙ୍କ ପାଦରେ ଶରଣ ଦିଅନ୍ତୁ । ଏଥିସହ ଗଭୀର ଦୁଃଖ ସହିବାକୁ ଭଗବାନ ସେମାନଙ୍କ ପରିବାର ସଦସ୍ୟଙ୍କୁ ଶକ୍ତି ଦିଅନ୍ତୁ ।
विदिशा प्रेस क्लब के अध्यक्ष राजेश शर्मा और पत्रकार साथी सुनील शर्मा एवं नरेंद्र दीक्षित के दुर्घटना में निधन का दुखद समाचार प्राप्त हुआ है।
ईश्वर से दिवंगत आत्माओं को अपने श्री चरणों में स्थान और परिजनों को यह गहन दुःख सहन करने की शक्ति देने की प्रार्थना करता हूं।
।।ॐ शांति।।— Shivraj Singh Chouhan (@ChouhanShivraj) November 28, 2022
Comments are closed.