Latest Odisha News

BREAKING NEWS

ଏନକାଉଣ୍ଟରରେ ୩ ‘ଲଶ୍କର୍‌-ଏ-ତୈବା’ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରରେ ଟାର୍ଗେଟ କିଂଲିର ମୁହଁତୋଡା ଜବାବ ଦେଉଛି ସେନା ।  ପୁଲ୍‌ୱାମା ଜିଲ୍ଲାରେ ଟାର୍ଗେଟ କିଂଲିର ଜଣେ ମାଷ୍ଟରମାଇଣ୍ଡକୁ ଧରିବାକୁ ଯାଇ ଦୀର୍ଘ ଏଗାର ଘଣ୍ଟା ବ୍ୟାପୀ ଚାଲିଥିବା ଆତଙ୍କବାଦୀ ମୁକାବିଲା ଅଭିଯାନରେ ୩ଜଣ ‘ଲଶ୍କର୍‌-ଏ-ତୈବା’ ଆତଙ୍କବାଦୀ ନିହତ ହୋଇଥିବା ପୁଲିସ କହିଛି। ପୁଲ୍‌ୱାମାର ଡ୍ରାବଗାମ୍‌ ଅଞ୍ଚଳରେ ଘଟିଥିବା ଏନ୍‌କାଉଣ୍ଟର୍‌ରେ ଶନିବାର ସନ୍ଧ୍ୟାରୁ ଏନକାଉଁଟର ଚାଲିଥିଲା ।  ୩ ଆତଙ୍କବାଦୀ ସ୍ଥାନୀୟ ଅଞ୍ଚଳର ଏବଂ ସେ‌ମାନେ ପାକିସ୍ତାନର ‘ଲଶ୍କର୍‌-ଏ-ତୈବା’ ଆତଙ୍କବାଦୀ ସଙ୍ଗଠନ ସହିତ ସମ୍ପୃକ୍ତ ଥିଲେ। ନିହତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଜମ୍ମୁ କଶ୍ମୀର ସ୍ପେସାଲ୍‌ ପୁଲିସ ଅଧିକାରୀ ରେୟାଜ୍‌ ଅହମଦ୍‌ ଠୋକର୍‌ଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ଜୁନୈଦ୍‌ ଶିୟଗୋଜରି ବୋଲି ଜଣାପଡିଛି ।

ନିହତ ଅନ୍ୟ ଦୁଇଜଣ ଆତଙ୍କବାଦୀ ହେଉଛନ୍ତି ଫଜିଲ୍‌ ନାଜିର୍‌ ଭଟ ଏବଂ ଇର୍‌ଫାନ୍‌ ଆହ୍‌ ମଲିକ୍। ଉଭୟ ପୁଲ୍‌ୱାମ୍‌ ଜିଲ୍ଲାର ବାସିନ୍ଦା। ଘଟଣାସ୍ଥଳରୁ ୨ଟି ଏକେ ୪୭ ରାଇଫଲ୍‌ ଏବଂ ଗୋଟିଏ ପିସ୍ତଲ୍‌ ସମେତ ଅନେକ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି ବୋଲି ପୁଲିସ କହିଛି।

ଜଣେ ପୁଲିସ ଅଧିକାରୀ କହିଛନ୍ତି, ଡ୍ରାବ୍‌ଗାମ୍‌ ଗ୍ରାମର ମୁଖ୍ୟ ଛକ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସଂକ୍ରାନ୍ତରେ ସୂଚନା ପାଇବା ପରେ ପୁଲିସ, ସେନା ଓ ‘ସିଆର୍‌ପିଏଫ୍‌’ର ମିଳିତ ଦଳ ‘କର୍ଡନ୍‌-ଆଣ୍ଡ୍‌-ସର୍ଚ’ ଅଭିଯାନ ଆରମ୍ଭ କରିଥିଲା। ସେମାନେ ସନ୍ଦିଗ୍ଧ ସ୍ଥାନକୁ ବେଢ଼ି ଯିବା ପରେ ‌ମିଳିତ ଦଳ ଓ ଆତ୍ମଗୋପନକାରୀ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା।

Leave A Reply

Your email address will not be published.