Latest Odisha News

BREAKING NEWS

ଚାଲିଲା ଯୋଗୀଙ୍କ ବୁଲଡୋଜର: 227 ଗିରଫ

ଲକ୍ଷ୍ନୈା: ୟୁପିରେ ହିଂସାକୁ ପ୍ରଶୟ ଦିଆଯିବ ନାହିଁ । ଯିଏ ହିଂସା କରିବ ତାକୁ କଠୋର ଦଣ୍ଡ ଦିଆଯିବ ଏହା ହେଉଛି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଶକ୍ତ ବାର୍ତ୍ତା । ଆଉ ଏହି କ୍ରମରେ ଯେଉଁମାନେ ନିଲମ୍ବିତ ବିଜେପି କାର୍ଯ୍ୟକର୍ତ୍ତା ନୁପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ବିରୋଧରେ ଶୁକ୍ରବାର ହିଂସା ଘଟାଇଥିଲେ ସେମାନଙ୍କୁ ୟୁପି ପୋଲିସ ଏବେ ଗିରଫ କରୁଛି । ଉତ୍ତରପ୍ରଦେଶ ପୋଲିସ 227 ଜଣଙ୍କୁ ଗିରଫ କରିସାରିଲାଣି। କେବଳ ଗିରଫ କରୁନାହିଁ । ସେମାନଙ୍କ ନାମରେ ଏନଏସଏ ଲଗାଇବା ସହ ତାଙ୍କ ଘରେ ବୁଲଡୋଜର ଚଲାଯାଉଛି । ଯେପରି ଆଉ କେହି ହିଂସାକାଣ୍ଡ ଘଟାଇବେ ନାହିଁ । ଏହା ଏକ ଉଦାହରଣ ରହୁ ବୋଲି ନିର୍ଦେଶ ଦେଇଛନ୍ତି ଯୋଗୀ ଆଦିତ୍ୟନାଥ ।

ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ 68 ଜଣ ପ୍ରୟାଗରାଜ ଏବଂ 50 ଜଣ ହାଥରସର ଅଛନ୍ତି । ସାହାରନପୁରରେ 48 ଜଣ, ଆମ୍ବେଦକରନଗରରେ 28 ଜଣ, ମୋରାଡାବାଦରେ 25 ଜଣ ଏବଂ ଫିରୋଜାବାଦରେ 8 ଜଣଙ୍କୁ ଗିରଫ କରାଯାଇଛି।

ୟୁପି ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ କଡା ଚେତାବନୀ ଦେଇ କହିଛନ୍ତି ସିସିଟିଭି ଫୁଟେଜ ଏବଂ ଭିଡିଓ ରେକର୍ଡ ହୋଇଥିବା ସମସ୍ତ ହିଂସାକାରୀ ଜେଲ ଭିତରେ ରହିବେ ।

ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବାବେଳେ ସେ କହିଛନ୍ତି ଯେ ଗତ କିଛି ଦିନ ମଧ୍ୟରେ ବିଭିନ୍ନ ସହରରେ ଶାନ୍ତି ନଷ୍ଟ କରିବା ପାଇଁ ବିଶୃଙ୍ଖଳିତ ଉଦ୍ୟମରେ ଜଡିତ ସାମାଜିକ ବିରୋଧୀ ଶକ୍ତି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

“ଏକ ସଭ୍ୟ ସମାଜରେ ସାମାଜିକ ବିରୋଧୀ ଲୋକଙ୍କ ପାଇଁ କୈାଣି ସ୍ଥାନନାହିଁ ବୋଲି କହିଛନ୍ତି ଯୋଗୀ ଆଦିତ୍ୟନାଥ । ଏହା ସହ ନିର୍ଦ୍ଦୋଷଙ୍କୁ ହଇରାଣ କରାଯିବା ଉଚିତ ନୁହେଁ, କିନ୍ତୁ ଜଣେ ଦୋଷୀଙ୍କୁ ମଧ୍ୟ ରକ୍ଷା କରାଯିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କ ଅଧୀନରେ ରାଜ୍ୟ ପ୍ରଶାସନ ଅପରାଧୀ ତଥା ଦଙ୍ଗା ଅଭିଯୋଗରେ ସେମାନଙ୍କ ସମ୍ପତ୍ତି ଜବତ କିମ୍ବା ନଷ୍ଟ କରିଆସୁଛି। ଏଠାରେ ସୂଚନାଯୋଗ୍ୟ ଯେ ଶୁକ୍ରବାର ଦିନ ମସଜିଦରେ ପ୍ରାର୍ଥନା କରିବା ପରେ ମୁସଲମାନ ସଂପ୍ରଦାୟର ଲୋକମାନେ ୟୁପିର 6ଟି ସହରରେ ପୋଲିସ କର୍ମଚାରୀଙ୍କ ଉପରକୁ ପଥର ଫିଙ୍ଗିଥିଲେ।

ପ୍ରୟାଗରାଜରେ କିଛି ମୋଟରସାଇକେଲ ନିଆଁ ଲଗାଇ ଦେଇଥିଲେ ଏବଂ ପୋଲିସର ଗାଡିରେ ନିଆଁ ଲଗାଇବାକୁ ଚେଷ୍ଟା କରିଥିଲେ। ବିକ୍ଷୋଭକାରୀଙ୍କୁ ଛିନ୍ନଛତ୍ର କରିବା ପାଇଁ ପୋଲିସ ଲୁହବୁହା ଗ୍ୟାସ ଏବଂ ଲାଠି ବ୍ୟବହାର କରି ଶାନ୍ତି ଫେରାଇ ଆଣିଥିଲା ​​ବୋଲି ପୋଲିସ କହିଛି।

Leave A Reply

Your email address will not be published.