Latest Odisha News

BREAKING NEWS

ପୁର୍ବ ଶତ୍ରୁତାରୁ ସିଏନଜି ପମ୍ପରେ ୩ ଜଣଙ୍କୁ ହତ୍ୟା

ଗୁରୁଗାଓଁ: ରାତିରେ ୩ ଜଣଙ୍କୁ ଛୁରୀରେ ହତ୍ୟା କରାଯାଇଛି । ଦିଲ୍ଲୀ-ଗୁରଗାଓଁ ଏକ୍ସପ୍ରେସୱେରେ ଥିବା ସିଏନଜି ପମ୍ପରେ ଏହି ଘଟଣା ଘଟିଛି ।

ପୋଲିସ ସୂଚନା ଅନୁସାରେ, ସେକ୍ଟର ୩୧ ନିକଟରେ ଏ ଥିବା ଏହି ସିଏନଜି ପମ୍ପରେ ଲାଗିଥିଲା ସିସିଟିଭି । ହେଲେ ୧ଘଣ୍ଟା ପୂର୍ବରୁ ଏହାକୁ ଅଚଳ କରିଦିଆଯାଇଥିଲା । ହତ୍ୟାକାରୀମାନେ ସ୍ଥାନୀୟ ଅଞ୍ଚଳର ସ୍ଥିତି ବିଷୟରେ ଭଲଭାବେ ଜାଣିଥିଲେ ବୋଲି ପୋଲିସ ଅନୁମାନ କରିଛି । ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥାଇ ପାରେ ବୋଲି ଅନୁମାନ କରିଛି ।

ଖବର ଅନୁସାରେ, ରାତି ପ୍ରାୟ ୩ଟା ବେଳେ ଜଣେ ବ୍ୟକ୍ତ ରକ୍ତାକ୍ତ ଅବସ୍ଥାରେ ସିଏନଜି ପମ୍ପ ନିକଟରେ ଥିବା ପେଟ୍ରୋଲ ପମ୍ପ ନିକଟରେ ପହଞ୍ଚିଥିଲେ । କେହି କିଛି ବୁଝିବା ଆଗରୁ ସେ ସେହି ସ୍ଥାନରେ ଟଳି ପଡ଼ିଥିଲେ । ଏହା ଦେଖି ଲୋକମାନେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିଏନଜି ପମ୍ପ ନିକଟରେ ଥିବା ରୁମରୁ ଆଉ ଦୁଇ ଜଣଙ୍କର ମୃତଦେହ ଠାବ କରିଥିଲା ପୋଲିସ । ସମସ୍ତଙ୍କ ଶରୀରରେ ଏକାଧିକ କ୍ଷତ ଚିହ୍ନ ରହିଥିବାରୁ ସେମାନଙ୍କୁ ଛୁରୀରେ ଭୁସା ଜାଇଥିବା ପୋଲିସ ସନ୍ଦେହ କରୁଛି ।

ଘଟଣାରେ ପେଟ୍ରୋଲ ପମ୍ପ ମ୍ୟାନେଜର ପୁଷ୍ପେନ୍ଦ୍ର, ଅପରେଟର ଭୁପେନ୍ଦର କୁମାର ଓ ତେଲ ଭର୍ତ୍ତି କରୁଥିବା ନରେଶ କୁମାରଙ୍କ ମୃତ୍ୟୁ ଘଟିଛି।

Comments are closed, but trackbacks and pingbacks are open.