Latest Odisha News

BREAKING NEWS

ବାରିପଦା ମେଡିକାଲରେ ଅଗ୍ନିକାଣ୍ଡ, ପ୍ରସୂତୀ ବିଭାଗରେ ଲାଗିଲା ନିଆଁ

ବାରିପଦା: ବାରିପଦା ମେଡିକାଲ କଲେଜରେ ଭୟଙ୍କର ଅଗ୍ନିକାଣ୍ଡ । ମେଡିକାଲର ତୃତୀୟ ମହଲାରେ ଥିବା ପ୍ରସୂତୀ ବିଭାଗରେ ଲାଗିଛି ନିଆଁ । ତୃତୀୟ ମହଲାର ICU ଓ ଅନ୍ୟାନ୍ୟ ୱାର୍ଡରେ ଥିବା ସମସ୍ତ ରୋଗୀଙ୍କୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ଅଗ୍ନିଶମ ବିଭାଗ । ନିଆଁ ଲିଭାଇବା ଉଦ୍ୟମ ଜାରି ରହିଛି । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

ସୂଚନା ଅନୁସାରେ, ଆଜି ଅପରାହ୍ଣରେ ମୟୂରଭଞ୍ଜ ଜିଲ୍ଲା ସଦରମହକୁମା ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି । ୭ ମହାଲ ବିଶିଷ୍ଟ କୋଠାର ୩ୟ ମହଲାରେ ଥିବା ପ୍ରସୂତୀ ବିଭାଗର ଓଟିରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡ ପରେ ପୂରା ଅଞ୍ଚଳ ଧୂଆଁମୟ ହୋଇଯାଇଛି । ଅଗ୍ନିକାଣ୍ଡ କାରଣ ଅସ୍ପଷ୍ଟ ଥିବା ବେଳେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି । ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ପୋଲିସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଛି। ୱାର୍ଡରେଥିବା ସମସ୍ତ ରୋଗୀଙ୍କୁ ସୁରକ୍ଷିତଭାବେ ସ୍ଥାନାନ୍ତର କରାଯାଇଛି।

Leave A Reply

Your email address will not be published.