Latest Odisha News

BREAKING NEWS

ବାରିପଦାରେ ବଡ଼ ଦୁର୍ଘଟଣା, ୩ ଜଣ ଯାତ୍ରୀଙ୍କ ମୃତ୍ୟୁ ୨୦ ଜଣ ଗୁରୁତର ଆହତ

ବାରିପଦା: ଶନିବାର ବଡି ସକାଳୁ ଦୁର୍ଘଟଣା। ବାରିପଦା ସ୍ଥିତ ବୁଢିଖାମାର ଦେଇଯାଇଥିବା ୧୮ ନମ୍ବର ଜାତୀୟ ରାଜପଥରେ ଏକ ବସ୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହେବାରୁ ଦୁର୍ଘଟଣା ଘଟିଛି। ଏଥିରେ ୩ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି। ପ୍ରାୟ ସାଢ଼େ ୫ଟାବେଳେ ଏହି ଦୁର୍ଘଟଣା ଘଟିଛି।

ସଡ଼କ ଦୁର୍ଘଟଣା ପରେ ସମସ୍ତ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେତନୋଟୀ ପୁଲିସ କହିଛି। ସକାଳେ ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇଥିଲୁ। ଘଟଣାସ୍ଥଳରେ ପହଞ୍ଚିବା ପରେ ଆମେ ଯାତ୍ରୀମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲୁ। ଡ୍ରାଇଭର ଷ୍ଟିୟରିଂ ହ୍ଵିଲରେ ଖସି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।

ବସଟି ହାଇଦ୍ରାବାଦରୁ ପ୍ରାୟ ୨୩ ଜଣ ପର୍ଯ୍ୟଟକଙ୍କୁ ନେଇ ଆସୁଥିଲା। ଧକ୍କା ଏତେ ଜୋରରେ ହୋଇଥିଲା ଯେ ଦୁର୍ଘଟଣାରେ ବସର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏହି ବସଟି ବିହାରର ଗୟା ଅଭିମୁଖେ ଯାଉଥିଲା। ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିଛି ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି।

Comments are closed.