Latest Odisha News

BREAKING NEWS

ଆସିଲା ରାଜ୍ୟସଭା ଫଳାଫଳ, ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ୩ ରାଜ୍ୟସଭା ପ୍ରାର୍ଥୀ

ଭୁବନେଶ୍ବର: ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ ଓଡ଼ିଶାର ତିନି ରାଜ୍ୟସଭା ପ୍ରାର୍ଥୀ । ପ୍ରାର୍ଥିପତ୍ର ପ୍ରତ୍ୟାହାର ସମୟ ଶେଷ ହେବା ପରେ ତିନି ପ୍ରାଥି ଅଶ୍ୱିନୀ ବୈଷ୍ଣବ, ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟସଭା ରିଟର୍ଣ୍ଣିଂ ଅଫିସର ।

ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ୩ ପ୍ରାର୍ଥୀଙ୍କୁ ରାଜ୍ୟସଭା ରିଟର୍ଣ୍ଣିଂ ଅଫିସର ସାମେନଙ୍କ ବିଜୟୀ ସାର୍ଟିଫିକେଟ ଦେଇଛନ୍ତି । ଓଡ଼ିଶାରୁ ତିନୋଟି ଆସନ ଖାଲି ହେଉଥିବା ବେଳେ ଏହି ତିନି ପ୍ରାର୍ଥୀଙ୍କ ବ୍ୟତୀତ ଅନ୍ୟ କୌଣସି ପ୍ରାଥି ନାମାଙ୍କନ ଭରି ନଥିବାରୁ ଆଉ ନିର୍ବାଚନ ଅନୁଷ୍ଠିତ ହୋଇନଥିଲା । ଯାହାଫଳରେ ଅଶ୍ବିନୀ ବୈଷ୍ଣବ, ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ ର୍ନିଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି ।

ଗତ ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିରୁ ଦୁଇଟି କ୍ୟାଣ୍ଡେଟ ନାମାଙ୍କନ ଭରିଥିଲେ । ଏହାପରେ ତୃତୀୟ ଆସନ ପାଇଁ ଅଶ୍ବିନୀ ବୈଷ୍ଣବଙ୍କୁ ପ୍ରାର୍ଥୀ କରିଥିଲା ବିଜେପି । ୧୫ ତାରିଖରେ ନାମାଙ୍କନ ଭରିଥିଲେ ଅଶ୍ୱିନୀ ବୈଷ୍ଣବ । ତେବେ ଖୁବଶୀଘ୍ର ଅଶ୍ବିନୀ ବୈଷ୍ଣବ, ଦେବାଶିଷ ସାମନ୍ତରାୟ ଏବଂ ଶୁଭାଶିଷ ଖୁଣ୍ଟିଆ ଦିଲ୍ଲୀ ଯାଇ ସାଂସଦ ଭାବେ ଶପଥ ନେବେ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.