ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଗତ କିଛି ଦିନ ହେବ କାଶବୈଶାଖୀ ଜନିତ ବର୍ଷା ପବନ ଲାଗି ରହିଛି । ଆସନ୍ତା ଦୁଇ ଦିନ (୧୫ ତାରିଖ ଯାଏ) ଏଭଳି ସ୍ଥିତି ଲାଗି ରହିବ । ଏଥିପାଇଁ ସତର୍କତା ଜାରି କରିଛି ଭୁବନେଶ୍ୱର ସ୍ଥିତି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ଯାଜପୁର, ଭଦ୍ରକ ଜିଲ୍ଲାର କିଛି କିଛି ସ୍ଥାନରେ କାଳବୈଶାଖୀ ସକ୍ରିୟ ରହିଛି । ଏହାର ପ୍ରଭବରେ ଏସବୁ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନପେ ଘଡ଼ଘଡ଼ି ସହ ବର୍ଷା ପବନ ସମ୍ଭାବନା ରହିଛି । ୪୦-୫୦ କିଲୋମିଟର ବେଗରେ ବହିପାରେ ପବନ ।
#ଅନୁଗୁଳ, #ଢେଙ୍କାନାଳ, #କେନ୍ଦୁଝର, #ଯାଜପୁର, #ଭଦ୍ରକ ଜିଲ୍ଲାର କିଛି କିଛି ସ୍ଥାନରେ #କାଳବୈଶାଖୀ ସକ୍ରିୟ pic.twitter.com/gn9WJdKidG
— Meteorological Centre, Bhubaneswar (@mcbbsr) May 13, 2021
କାଳବୈଶାଖୀ ବର୍ଷା ନେଇ ଆଗାମୀ ଦୁଇ ଦିନ ପାଇଁ ବିଭିନ୍ନ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ଆଗାମୀ ୨୪ ଘଣ୍ଟା ଯାଏ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ, ଉତ୍ତର ଓ ଅଭ୍ୟନ୍ତରୀଣ ଓଡ଼ିଶାର ୧୭ଟି ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ରହିବ ।
ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର ଓ ଗଜପତି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହିପରି ୧୪ ତାରିଖ ସକାଳରୁ ୧୫ ତାରିଖ ପୂର୍ବାହ୍ନ ମଧ୍ୟରେ ଦକ୍ଷିଣ ଓ ଉତ୍ତର ଓଡ଼ିଶାର କେତେକ ଜିଲ୍ଲାରେ କାଳବୈଶାଖୀର ନେଇ ୟେଲୋ ସତର୍କତା ଜାରି ହୋଇଛି ।
Comments are closed.