Latest Odisha News

BREAKING NEWS

ଆଜି ରାଜ୍ୟର ୨୧ଟି ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀ ସମ୍ଭାବନା 

ଭୁବନେଶ୍ବର: ଅସହ୍ୟ ଗରମରୁ ମିଳିବ ଆଶ୍ବସ୍ତୀ । ଆଜି ରାଜ୍ୟର ୨୧ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ଅଛି । କିଛି କିଛି ଅଞ୍ଚଳରେ ଘଡଘଡ଼ି ଓ ବର୍ଷା ହେବା ସହ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ଥିବା ପାଣିପାଗ ବିଭାଗ ବିଭାଗ ପୂର୍ବାନୁମାନ କରିଛି । 

ତାତି କମିଛି । ଉପକୂଳ ଓଡ଼ିଶାରେ ଖରା ପ୍ରକୋପ କମିଛି । ଉତ୍ତର ପଶ୍ଚିମ ପଟୁ ବହୁଥିବା ଗରମ ପବନରୁ ଲୋକେ ଟିକେ ତ୍ରାହି ପାଇଛନ୍ତି । ଗତକାଲି କିଛି ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା । 

ଉତ୍ତର-ପଶ୍ଚିମ ପଟୁ ଗରମ ପବନ କମିବା ଯୋଗୁ ତାତି କମିଛି । ସବୁଠି ପାରଦ ଖସିଛି । ଶନିବାର କେବଳ ୩ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା । ମାଲନାଗିରିରେ ସର୍ବାଧିକ ୪୦.୫ ଡିଗ୍ରୀ, ବଲାଙ୍ଗିରରେ ୪୦, ସୁନ୍ଦରଗଡ଼ରେ ୪୦ ଡିଗ୍ରୀ ରେକର୍ଡ ହୋଇଥିଲା । ଅନ୍ୟ ସହର ମଧ୍ୟରେ ବାରିପଦା, ଝାରସୁଗୁଡ଼ା, ସମ୍ବଲପୁର ତାତି ୩୯ ଡିଗ୍ରୀ ଅତିକ୍ରମ କରିଥିଲା । ସାମୁଦ୍ରିକ ପବନ ଯୋଗୁ ତାତି ବହୁ ମାତ୍ରାରେ କମିଛି । କିନ୍ତୁ, ଆର୍ଦ୍ରତା ବଢ଼ିବା ଯୋଗୁ ଗୁଳୁଗୁଳି ଅସହ୍ୟ ହେଉଛି ।

୨୪ ଘଣ୍ଟା ଭିତରେ ତାପମାତ୍ରା ୨ ଡିଗ୍ରୀ କମିପାରେ । ଆଜି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ମୟୂରଭଞ୍ଜ, କେନ୍ଦୁଝର, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ରାୟଗଡ଼ା, ଢେଙ୍କାନାଳ, ବୌଦ୍ଧ, ଅନୁଗୁଳ, ଦେବଗଡ଼ରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏଥିମଧ୍ୟରୁ କେତେକ ଜିଲ୍ଲାରେ ବର୍ଷା, ପବନର ସମ୍ଭାବନା ଥିବା ପାଣିପାଗ ବିଭାଗ କହିଛି  । ସୋମବାର ମଧ୍ୟ ଅଳ୍ପ କିଛି ଯାଗାରେ ବର୍ଷା ହୋଇପାରେ । ମଙ୍ଗଳବାରଠାରୁ ରାଜ୍ୟରେ ପାଗରେ ପରିବର୍ତ୍ତନ ଆସିବ । 

Leave A Reply

Your email address will not be published.