Latest Odisha News

BREAKING NEWS

ବିଜାପୁରରେ ଯବାନ-ମାଓବାଦୀ ମୁହାଁମୁହିଁ, ୨୨ ଯବାନ ସହିଦ, ୩୧ ଆହତ

ରାୟପୁର: ବିଜାପୁରରେ ଯବାନ-ମାଓବାଦୀ ମୁହାଁମୁହିଁ ହୋଇଥିବା ବେଳେ ଗୁଳିବିନିମୟରେ ୨୨ ଜଣ ଯବାନ ସହିଦ ହୋଇଛନ୍ତି । ଆହୁରି ୩୧ଜଣ ଯବାନ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଯବାନଙ୍କ ରକ୍ତରଞ୍ଜିତ ମୃତଦେହ ବିଛାଡ଼ି ହୋଇ ପଡ଼ିରହିଛି । ୨୦ଜଣ ଯବାନଙ୍କର ମୃତଦେହ ଉଦ୍ଧାର ହୋଇଛି । ମୃତ୍ୟୁ ସଂଖ୍ୟା ୨୨ କିମ୍ବା ୨୩କୁ ବୃଦ୍ଧି ହୋଇପାରେ ବୋଲି ସୂଚନା ମିଳିଛି । ତେବେ ଯବାନଙ୍କ ପ୍ରତି ଆକ୍ରମଣରେ ୧୫ରୁ ଅଧିକ ମାଓବାଦୀ ନିପାତ ହୋଇଛନ୍ତି । ଗତକାଲି ଛତିଶଗଡ଼ର ବିଜାପୁର ଜିଲ୍ଲା ତେରମ ଜୋନାଗୁଡା ଜଙ୍ଗଲରେ ମାଓବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ ।
ଆହତ ଯବାନଙ୍କୁ ଚିକିତ୍ସା ପାଇଁ  ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କେତେ ଜଣଙ୍କୁ ରାୟପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ୨୩ ଜଣଙ୍କୁ ବିଜାପୁର ଡାକ୍ତରଖାନାକୁ ଅଣାଯାଇଛି । ଆହୁରି କେତେ ଜଣ ଯବାନଙ୍କ ଏପର୍ଯ୍ୟନ୍ତ ପତ୍ତା ମିଳୁନାହିଁ ।  ସେମାନଙ୍କୁ ଖୋଜିବାକୁ ବିଜାପୁରରେ ବଡ ଧରଣର ସର୍ଚ ଅପରେସନ୍ ଆରମ୍ଭ ହୋଇଛି ।
ସୂଚନା ଅନୁସାରେ, ଏପ୍ରିଲ୍‌ ୨ ତାରିଖ ଦିନ ବିଜାପୁର ଓ ସୁକମା ଜିଲ୍ଲାର ଜଙ୍ଗଲରେ ଥିବା ମାଓବାଦୀମାନଙ୍କ ଗଡ଼ରେ ନକ୍ସଲ୍‌-ବିରୋଧୀ ଅଭିଯାନ ନିମନ୍ତେ ୨୦୦୦ରୁ ଅଧିକ ନିରାପତ୍ତା କର୍ମଚାରୀ ଯାଇଥିଲେ । ଗତକାଲି ବିଜାପୁର ଏବଂ ସୁକମା ଜିଲ୍ଲାର କେନ୍ଦୀୟ ପୋଲିସ ବଳ, କୋବ୍ରା ବାଟାଲିଆନ, ଡ଼ିଆରଜି ଏବଂ ଏସଟିଏଫର ମିଳିତ ଟିମ୍ ଚଢଉ କରିଥିଲେ । ଏହି ସମୟରେ ନକ୍ସଲ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରସ୍ଥିତି ସୃଷ୍ଟି ହେବା ସହ ଗୁଳି ବିନିମୟ ହୋଇଥିଲା । ୫ଘଣ୍ଟାରୁ ଅଧିକ ସମୟ ଧରି ମାଓବାଦୀ ଏବଂ ନିରାପତ୍ତା ବଳଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଥିବା ସୂଚନା ମିଳିଛି ।
Leave A Reply

Your email address will not be published.