Latest Odisha News

BREAKING NEWS

ଜାଣନ୍ତୁ, ରାଜ୍ୟର କେଉଁସବୁ ଜିଲ୍ଲାରେ କାଳବୈଶାଖୀ ଆଶଙ୍କା

ଭୁବନେଶ୍ୱର : ଓଡିଶାର ପ୍ରାୟ ୧୦ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରବିବାର ଦିନ ପୂର୍ବାନୁମାନ କରାଯାଇଛି ।

ଜିଲ୍ଲାଗୁଡିକ ମଧ୍ୟରେ ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ବାଲେଶ୍ୱର, ଅନୁଗୁଳ, ସୋନପୁର, ବୌଦ୍ଧ, ରାୟଗଡା, କଳାହାଣ୍ଡି ଓ କୋରାପୁଟ ଆଦି ରହିଛି ।

ପ୍ରାପ୍ତ ସୂଚନାନୁଯାୟୀ ଜିଲ୍ଲା ଗୁଡିକରେ ରାତି ୭ଟା ଯାଏଁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିବା ବେଳେ ଏହିସବୁ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଣ୍ଟାପ୍ରତି ୩୦ରୁ ୪୦ କିମି.ବେଗରେ ପବନ ବହିବା ସହ ମଧ୍ୟମ ଧରଣର ବର୍ଷା ଆଶଙ୍କା ରହିଛି।

Comments are closed.