Latest Odisha News

BREAKING NEWS

ଜାଣନ୍ତୁ, ରାଜ୍ୟର କେଉଁସବୁ ଜିଲ୍ଲାରେ କାଳବୈଶାଖୀ ଆଶଙ୍କା

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୋମବାର ଦିନ ଓଡିଶାର ପ୍ରାୟ କିଛି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଥିବା ନେଇ ଆକଳନ କରାଯାଇଛି ।

ଜିଲ୍ଲାଗୁଡିକ ମଧ୍ୟରେ ଭଦ୍ରକ, କେନ୍ଦୁଝର, ଢେଙ୍କାନାଳ, ବାଲେଶ୍ୱର, ଅନୁଗୁଳ, ମୟୁରଭଞ୍ଜ, ସୁନ୍ଦରଗଡ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, କଟକ, ସମ୍ବଲପୁର, ଦେଓଗଡ, ସୋନପୁର, ଝାରସୁଗୁଡା, ବରଗଡ, କନ୍ଧମାଳ, ବୌଦ୍ଧ, ନୟାଗଡ, ଓ ଖୋର୍ଦ୍ଧା ଆଦି ରହିଛି ।

ପ୍ରାପ୍ତ ସୂଚନାନୁଯାୟୀ ଜିଲ୍ଲା ଗୁଡିକରେ ସନ୍ଧ୍ୟା ୬ଟା ଯାଏଁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିବା ବେଳେ ଏହିସବୁ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଆଶଙ୍କା ରହିଛି ।

Leave A Reply

Your email address will not be published.