Latest Odisha News

BREAKING NEWS

ମହଙ୍ଗା ପଡିବ ପେଟିଏମରେ ପେମେଣ୍ଟ କରିବା

ନୂଆଦିଲ୍ଲୀ: ପେଟିଏମରେ ପେମେଣ୍ଟ କରୁଥିଲେ ହୋଇଯା’ନ୍ତୁ ସାବଧାନ । ଆଜିଠାରୁ ପେଟିଏମ୍ ଡିସକାଉଣ୍ଟ ରେଟର ବୋଝକୁ ଗ୍ରାହକଙ୍କ ଉପରେ ଲଦିବାକୁ ଯାଉଛି ।

ବ୍ୟାଙ୍କ ଓ ବିଭିନ୍ନ ଏଟିଏମ କାର୍ଡ କମ୍ପାନୀ ଏମଡିଆର(ମରଚାଣ୍ଟ ଡ଼ିସକାଉଣ୍ଟ ରେଟ) ପ୍ରତିଟି ଡିଜିଟାଲ ଡ଼ିସକାଉଣ୍ଟ ଉପରେ ନେଇଥାନ୍ତି । ପୂର୍ବରୁ ପେଟିଏମ ଏମଡିଆର ନେଉନଥିଲା, କିନ୍ତୁ ଏବେ ତାହା ଗ୍ରାହକଙ୍କ ପାଖରୁ ଆଦାୟ କରିବାକୁ ଯାଉଛି ।

ମିଳିଥିବା ସୂଚନା ଅନୁସାରେ କ୍ରେଡିଟ କାର୍ଡ ଜରିଆରେ  ଦେୟ ପୈଠ କଲେ ୧ ପ୍ରତିଶତ, ଡେବିଟ କାର୍ଡରେ ପେମେଣ୍ଟ କଲେ ୦.୯ ପ୍ରତିଶତ ଦେୟ ଦେବାକୁ ପଡିଥାଏ । ଏବେ ଏହି ନିୟମ ଅନୁସାରେ ପେଟିଏମରେ ଦେୟ ପୈଠ କଲେ ଟ୍ରାଞ୍ଜାକ୍ସନ ପିଛା ଅତିରିକ୍ତ ୧୨ରୁ ୧୫ ଟଙ୍କା ଦେୟ ଦେବାକୁ ପଡିବ ।

Leave A Reply

Your email address will not be published.