Latest Odisha News

BREAKING NEWS

୧୧ ଯାଏ କାଳବୈଶାଖୀ, ଜିଲ୍ଲାପାଳଙ୍କୁ ସତର୍କ କଲେ ଏସଆରସି

ଭୁବନେଶ୍ୱର: ରାଜ୍ୟରେ ଖରାରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିବା କାଳବୈଶାଖୀ ପିଛା ଛାଡ଼ୁନି । ଆସନ୍ତା ୧୧ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବ । ଏନେଇ ଏସଆରସି ଉକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ସତର୍କ ରହିବାକୁ କହିଛନ୍ତି । କାଳବୈଶାଖୀ ନେଇ ୮ ତାରିଖ ସକାଳ ୮ଟା ୩୦ ଯାଏ ୧୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ସେହିଭଳି ୮ ତାରିଖରୁ ୯ ତାରିଖ ସକାଳ ୮ଟା ୩୦ ଯାଏ କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଅନୁଗୁଳ, ଦେବଗଡ଼, କଟକ, ଭଦ୍ରକ, ବାଲେଶ୍ୱର, ନୟାଗଡ଼, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି । ଏହି ସମୟରେ କେନ୍ଦୁଝର, ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାର କେତେକ ସ୍ଥାନରେ କୁଆପଥର ବର୍ଷା ହୋଇପାରେ ।

୯ ତାରିଖରୁ ୧୦ ତାରିଖ ସକାଳ ୮ଟା ୩୦ ଯାଏ କାଳବୈଶାଖୀ ନେଇ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, ବୌଦ୍ଧ, ସୋନପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜରେ କାଳବୈଶାଖୀ ସମ୍ଭାବନା ରହିଛି । କନ୍ଧମାଳ, ବୌଦ୍ଧ, ସୋନପୁର ଓ ଅନୁଗୁଳ ଜିଲ୍ଲାରେ କୁଆପଥର ବର୍ଷା ହୋଇପାରେ । ଏହି ସମୟରେ ଘଣ୍ଟାପ୍ରତି ପବନ ୩୦ରୁ ୪୦ କିମି ବେଗରେ ବହିପାରେ ।

ସେହିଭଳି ୧୦ ତାରିଖରୁ ୧୧ ସକାଳ ୮ଟା ୩୦ ଯାଏ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ନବରଙ୍ଗପୁର, ଗଞ୍ଜାମ, କନ୍ଧମାଳ, ନୂଆପଡ଼ା, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର ଓ ଭଦ୍ରକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।

Leave A Reply

Your email address will not be published.