Latest Odisha News

BREAKING NEWS

କରୋନା ପ୍ୟାକେଜ୍ ଭାବେ ପ୍ରତି ପରିବାରକୁ ୪ ହଜାର ଟଙ୍କା ଦେବେ ସରକାର

ଚେନ୍ନାଇ: ତାମିଲନାଡ଼ରୁ ମୁଖ୍ୟମନ୍ତ୍ରୀ ଭାବେ ଏମ.କେ ଷ୍ଟାଲିନ୍ ଆଜି ଶପଥ ନେଇଛନ୍ତି । ପ୍ରଥମଥର ମୁଖ୍ୟମନ୍ତ୍ରୀ ହୋଇଥିବା ଷ୍ଟାଲିନ୍ ଦାୟିତ୍ୱ ଗ୍ରହଣର ପ୍ରଥମ ଦିନରେ ନେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଦାୟିତ୍ୱ ଗ୍ରହଣ ପରେ ସେ ପ୍ରଥମେ କରୋନା ପାଇଁ ପ୍ୟାକେଜ୍ ଘୋଷଣା କରିଛନ୍ତି । ରାଜ୍ୟର ପ୍ରତି ପରିବାରକୁ ୪ ହଜାର ଟଙ୍କା ଲେଖାଏ ପ୍ରଦାନ ପାଇଁ ନିଷ୍ପତ୍ତି ନେଇଛନ୍ତି ।

ପ୍ରଥମ କିସ୍ତିରେ ୨ ହଜାର ଟଙ୍କା ପ୍ରତି ପରିବାରକୁ ଚଳିତ ମେ’ ମାସରେ ଦିଆଯିବ । ଏଥିସହ ଷ୍ଟାଲିନ୍ ସରକାର ଆଉ ଏକ ବଡ଼ ଘୋଷଣା କରିଛନ୍ତି । ରାଜ୍ୟ ବୀମା ନେଇଥିବା ସମସ୍ତ କର୍ମଚାରୀଙ୍କୁ ଘରୋଇ ହସ୍ପିଟାଲରେ କରୋନା ସମ୍ପର୍କିଚ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ।

ଆଜି ଷ୍ଟାଲିନ୍ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ସହ ମନ୍ତ୍ରିମଣ୍ଡଳର ୩୩ ସଦସ୍ୟ ଶପଥ ନେଇଛନ୍ତି । ୩୩ ସଦସ୍ୟଙ୍କ ମଧ୍ୟରୁ ୧୫ ଜଣ ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇଛନ୍ତି ।

Leave A Reply

Your email address will not be published.