ଭୁବନେଶ୍ବର: ରାଜ୍ୟରେ ପାଣିପାଗରେ ସମ୍ୟକ ପରିବର୍ତ୍ତନ ହୋଇଛି । କାଳବୈଶାଖୀର ପ୍ରଭାବରେ ଆଜି ସନ୍ଧ୍ୟାରେ ଭୁବନେଶ୍ୱର କଟକ ସହ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ଏଥିପାଇଁ ଅସହ୍ୟ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ଆସନ୍ତାକାଲି ଠାରୁ କିଛି ଦିନ ପାଇଁ ତାପମାତ୍ରା ହ୍ରାସ ପାଇପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
ପାଣିପାଗ ବିଭାଗର ସୂଚନା ମୁତାବକ, ଆଉ ମାତ୍ର ୪୮ ଘଣ୍ଟା ପରେ ତାତିରୁ ସାମାନ୍ୟ ଅଶ୍ବସ୍ତି ମିଳିବ । ତେବେ ଏହି ଆଶ୍ବସ୍ତି କେବଳ ଉପକୂଳବର୍ତ୍ତି ଅଞ୍ଚଳ ଓ ଦକ୍ଷିଣ ଓଡ଼ିଶା ପାଇଁ ରହିଛି । ବର୍ତ୍ତମାନ କାଳ ବୈଶାଖୀ ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ତାପମାତ୍ରା ୭ ରୁ ୮ ଡିଗ୍ରୀ ହ୍ରାସ ପାଇଛି । କଟକ, ଖୋର୍ଦ୍ଧା, ନାୟାଗଡ, ପୁରୀ, ଜଗତସିଂହପୁରରେ କାଳବୈଶାଖୀ ବର୍ଷା ନେଇ ସ୍ଥାନୀୟ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିଲା ।

ଆଜି ୨୮ସହରରେ ତାପମାତ୍ରା ୪୦ ଡିଗ୍ରୀ ଏବଂ ତା’ଠାରୁ ଅଧିକ ରେକର୍ଡ ହୋଇଛି । ୪୫ ଡିଗ୍ରୀ ସହ ତାଳଚେର ରାଜ୍ୟର ଉତ୍ତପ୍ତ ସହର ରହିଛି ।
ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଆଉ ଦୁଇ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମପ୍ରବାହ ପୂର୍ବ ପରି ବଳବତ୍ତର ରହିବ । କାଳବୈଶାଖୀ ବର୍ଷା ପ୍ରଭାବରେ ୭ ତାରିଖ ବେଳକୁ ସାରା ରାଜ୍ୟରେ ତାତି ୩ ରୁ ୪ ଡିଗ୍ରୀ କମିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ ।
Comments are closed.