Latest Odisha News

BREAKING NEWS

ଲିକ ହେଲା ଟାଇଗର-୩ର କ୍ୟାଟ୍ରିନାଙ୍କ ସିନ

ମୁମ୍ବାଇ : ବଲିଉଡ଼ର ଭାଇଜାନ ସଲମାନ ଖାନ୍ ତାଙ୍କର ଆଗାମୀ ଫିଲ୍ମ ଟାଇଗର-୩କୁ ନେଇ ଖୁବ୍ ଚର୍ଚ୍ଚାରେ । ଏହି ଫିଲ୍ମ ରିଲିଜ ଦିନ ଯେତେ ପାଖେ ଆସୁଛି ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ସେତେ ବଢ଼ିବାରେ ଲାଗିଛି । ଏଥିରେ ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ରୋମାନ୍ସ ଦର୍ଶକ ପୁଣି ଥରେ ଦେଖିବାର ସୁଯୋଗ ପାଇବେ । ତେବେ ଏବେ ସୋସିଆଲ ମିଡ଼ିଆରେ ଏହି ଫିଲ୍ମର କ୍ୟାଟ୍ରିନାଙ୍କ ଏକ ସିନ ଲିକ୍ ହୋଇଛି । ସିନ୍‌ରେ ସେ ଆକ୍ସନ ମୁଡରେ ଥିବା ନଜର ଆସିଛନ୍ତି ।

BjdElectrycity

ଲିକ୍ ହୋଇଥିବା ସିନରେ ଦେଖିବାକୁ ମିଳିଛି ଯେ, ଏକ କାର ଏବଂ ବାଇକ ମଧ୍ୟରେ ଧକ୍କା ହେଉଛି । ସେଠାରେ ଜଣେ ମହିଳା ଆକ୍ସନ କରୁଛନ୍ତି । ସେ କ୍ୟାଟ୍ରିନା ହୋଇଥିବା ନିଶ୍ଚିତ ହେଉଛି । ଏହା ପୂର୍ବରୁ ସଲମାନ ଏବଂ କ୍ୟାଟ୍ରିନାଙ୍କ ଏକ ଭିଡ଼ିଓ ଲିକ ହୋଇଥିଲା । ଭିଡ଼ିଓରେ ଦୁହେଁ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଥିଲା । ତେବେ ଉଭୟଙ୍କ ଚେହେରା ଅସ୍ପଷ୍ଟ ଥିଲା ।

Leave A Reply

Your email address will not be published.