ବାରିପଦା : ଶିମିଳିପାଳରେ ଆରମ୍ଭ ହୋଇଛି ବାଘ ଗଣନା । ଶିମିଳିପାଳ ଉତ୍ତର ଓ ଦକ୍ଷିଣ ସମେତ ବାରିପଦା, ରାଇରଙ୍ଗପୁର ଏବଂ କରଞ୍ଜିଆ ସବଡିଭିଜନର ସାତକୋଶିଆ, ବିଶୋଇ ଓ କପ୍ତିପଦାରେ ମଧ୍ୟ ବାଘ ଗଣନା କରାଯିବ। ଏଥିପାଇଁ ବନବିଭାଗ ପକ୍ଷରୁ ଏଥିପାଇଁ ଡିଡି, ଡିଏଫ୍ଓ, ଏସିଏଫ୍ ଏବଂ ଡବ୍ଲ୍ୟୁଆଇଆଇ ଟିମ୍ ସହ ୮ଟି ଟିମରେ ୮୫ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।। ବାଘ ଗଣନା ପାଇଁ ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ୩୦୦ରୁ ଅଧିକ ଟ୍ରାପ୍ କ୍ୟାମେରା ଓ ଏଆଇ କ୍ୟାମେରାର ମଧ୍ୟ ଉପଯୋଗ ହେବ।
ବନ କର୍ମଚାରୀମାନେ ଜଙ୍ଗଲରେ ରହିଥିବା ପାଦଚଲା ରାସ୍ତା ଓ ବନ୍ୟଜନ୍ତୁଙ୍କର ଯିବା ଆସିବାର ବାଟ ଉପରେ ନଜର ରଖିବେ। ବାଘଙ୍କ ପାଦ, ରଙ୍ଗ, ଗଛରେ ରାମ୍ପୁଡା ଦାଗରୁ ତଥ୍ୟ ସଂଗ୍ରହ କରାଯିବ । ଏହା ପରେ ଏନ୍ଟିସିଏକୁ ରିପୋର୍ଟ ଦିଆଯିବ ଏବଂ ୨୦୨୬ରେ ଗଣନା ରିପୋର୍ଟ ପ୍ରକାଶ ପାଇବ ବୋଲି ଶିମିଳିପାଳ ଟାଇଗର ରିଜର୍ଭ (ଏସ୍ଟିଆର୍) କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗୀନେନି ସୂଚନା ଦେଇଛନ୍ତି।
୨୦୨୧ରୁ ଏଯାବତ ଶିମିଳିପାଳରେ ବାଘ ସଂଖ୍ୟା ବୃଦ୍ଧି ପାଇଛି । ଶିମିଳିପାଳରେ ଏବେ ୨୪ଟି ବୟସ୍କ ମହାବଳ ଥିବା ବେଳେ ୮ଟି ଶାବକ ରହିଛନ୍ତି । ଏହି ସଂଖ୍ୟା ବୃଦ୍ଧି ପାଇଛି ନା ବାଘବଂଶ ହ୍ରାସ ପାଇଛି । ତାହା ଗଣନା ରିପୋର୍ଟ ଆସିବା ପରେ ଜଣାପଡ଼ିବ ।
Comments are closed.