Latest Odisha News

BREAKING NEWS

ଗଜପତି ପରେ ରାୟଗଡାରେ ଆତଙ୍କ ରଚିଲା ମହାବଳ ବାଘ, ଭୟରେ ଲୋକେ

ରାୟଗଡା: ଗତ କିଛିଦିନ ହେବ ଗଜପତି ଜିଲ୍ଲାରେ ବାଘ ଆତଙ୍କ ରଚିଥିବା ବେଳେ ଏବେ ରାୟଗଡା ବାସୀଙ୍କୁ ଖେଳିଛି ବାଘ ଆତଙ୍କ । ମହାରାଷ୍ଟ୍ର ଜଙ୍ଗଲରରୁ ପଳାଇ ଆସିଥିବା ମହାବଳ ବାଘ ଏବେ ରାୟଗଡ଼ାରେ । ବନବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଲଗାଯାଇଥିବା ଟ୍ରାପ କ୍ୟାମେରାରେ କଏଦ ହୋଇଛି ବାଘ ।

ମହାବଳ ବାଘ ଆର. ଉଦୟଗିରି ବର୍ଡର କ୍ରସ କରି ରାୟଗଡା ଜିଲ୍ଲା ସୀମାନ୍ତ ମଧ୍ୟରେ ପ୍ରବେଶ କରିଥିବା ଅନୁମାନ କରିଛି ବନବିଭାଗ । ଗାଁ ଲୋକଙ୍କୁ ସତର୍କ ରହିବା ପାଇଁ ଏବଂ ଗୃହପାଳିତ ପଶୁଙ୍କୁ ଜଙ୍ଗଲ ଭିତରକୁ ନଛାଡିବା ପାଇଁ ବନବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ଗଜପତି ଜିଲ୍ଲାର ଆର ଉଦୟଗିରି ଅଂଚଳରେ ପ୍ରଥମେ ବାଘର ଆତଙ୍କ ଦେଖା ଦେଇଥିଲା ।

ଗଜପତି ବନ ବିଭାଗ ଏହି ବାଘକୁ ନେଇ ଜଜଙ୍ଗଲର ବିଭିନ୍ନ ସ୍ଥାନରେ ଟ୍ରାପ କ୍ୟାମେରା ଲଗାଇବା ପରେ ବାଘର ଫଟୋ କଏଦ ହୋଇଥିଲା । ଗତ କାଲି ସନ୍ଧ୍ୟାରେ ମହାବଳ ବାଘଟି ଆର. ଉଦୟଗିରି ବର୍ଡର କ୍ରସ କରି ରାୟଗଡା ଜିଲ୍ଲା ସୀମାନ୍ତ ମଧ୍ୟରେ ପ୍ରବେଶ କରିଥିବା ଅନୁମାନ କରିଛି ବନବିଭାଗ ।

ବାଘ ବୁଲୁଥିବାରୁ ପଦ୍ମପୁରର ଡଲମା, ତବଲାଗୁଡା, ତର୍ପାଗୁଡା, ଲିକିଟିପଦର ପାହାଡିଆ ଅଞ୍ଚଳରେ ଥିବା ଗାଁ ଲୋକଙ୍କୁ ସତର୍କ ରହିବାକୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସଜାଗ କରିଛି ବନବିଭାଗ । ସ୍ଥାନୀୟ ଅଞ୍ଚଳରେ ଲୋକ ଆତଙ୍କିତ ହୋଇପଡ଼ିଥିବାବେଳେ ବର୍ତ୍ତମାନ ବାଘ ଉପରେ ନଜର ରଖିଛି ସ୍ବତନ୍ତ୍ର ଟିମ୍ । ବାଘର ପାଦଚିହ୍ନ ଓ ଟ୍ରାପ କ୍ୟାମେରା ଫୁଟେଜ ଡେରାଡୁନ ସ୍ଥିତ ଜାତୀୟ ବନ୍ୟଜୀବ ବିଭାଗକୁ ପଠାଯାଇଛି । ବୁଲୁଥିବା ବାଘ ପୁରୁଷ ବାଘ ବୋଲି ଜଣାପଡିଛି ।

Leave A Reply

Your email address will not be published.