Latest Odisha News

BREAKING NEWS

ସାବଧାନ ! ଜାତୀୟ ରାଜପଥରେ ବୁଲୁଛି ବାଘ ।

ଗଜପତି : ଜାତୀୟ ରାଜପଥ କଡରେ  ବୁଲୁଛି ବାଘ । ବାଘ ବୁଲୁଥିବାର ଭିଡିଓ ଏବେ ହେଉଛି  ଭାଇରାଲ  ।  ଭିଡିଓଟି ଓଡ଼ିଶା ଆନ୍ଧ୍ର ପ୍ରଦେଶ ସୀମାବର୍ତ୍ତି ଅଞ୍ଚଳ ପଲାସା ନିକଟସ୍ଥ ଭେଣ୍ଡିଗେଟ ଅଞ୍ଚଳର ବୋଲି କୁହାଯାଉଛି । ରାତ୍ରି ସମୟରେ ବାଘଟି ରାସ୍ତାରେ ବୁଲୁଛି ।  ଜଣେ ପଥଚାରୀ ଭିଡିଓ ଉତ୍ତୋଳନ କରିଥିବା ଭିଡିଓରୁ ଜଣା ପଡୁଛି ।

ଭିଡିଓରେ ଦେଖିବାକୁ ମିଳିଛି, ବାଘଟି ରାସ୍ତା କଡରେ ଶୋଇଛି । ସେହି ରାସ୍ତାରେ ବସ, କାର ଯାଉଛି । ହେଲେ ବାଘଟି ତା ଜାଗାରୁ ଉଠୁନି । ତେବେ ବାଇକ ଆରୋହୀମାନେ ବାଘକୁ ଦେଖି ଫେରି ପଳାଉଥିବା ଦେଖିବାକୁ ମିଳିଛ । ବାଘଟି କାହାର କିଛି କ୍ଷତି କରିଥିବା ସୁଚନା ନାହିଁ।  ଭିଡିଓର ସତ୍ୟତା କେତେ ତାହା ଜଣାନାହିଁ । ଯଦି  ଭିଡିଓଟ ଓଡ଼ିଶା ଆନ୍ଧ୍ର ପ୍ରଦେଶ ସୀମାବର୍ତ୍ତି ଅଞ୍ଚଳ ପଲାସା ଅଞ୍ଚଳର ହୋଇଥାଏ ତେବେ  ବାଘଟି ମହେନ୍ଦ୍ରଗିରି ଜଙ୍ଗଲର ହୋଈ ଥାଇ ପାରେ ବୋଲି ଅନୁମାନ କରାଯାଉଛି । ତେବେ ଭିଡିଓଟି ଭାଇରାଲ ହେବା ପରେ ଓଡ଼ିଶା ସୀମାବର୍ତ୍ତୀ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି ।

ସୂଚନା ଥାଉ କି, ନୂଆପଡ଼ାରେ ପୁଣି ଦେଖାଦେଇଛି ବାଘ ଆତଙ୍କ। ଏକ କଲରାପତରିଆ ବାଘ ବାଛୁରୀକୁ ମାରି ଦେଇଛି । କେନ୍ଦୁବାହାରା ବିଟ ଅମାନାରା ସେକ୍ସନ ବ୍ରାହ୍ମଣୀ ଗାଁରେ ଘଟିଛି ଏହି ଘଟଣା। ଅଗୁନ ରାଉତଙ୍କ ବାଛୁରୀ ମହୁଲ ଫୁଲ ଖାଇବାକୁ ଯାଇଥିବା ବେଳେ ଭୋର ସମୟରେ ବାଘ ଆକ୍ରମଣ କରିଥିବା ଜଣାଯାଇଛି। ୬ ଦିନ ହେବ ସିଲିଆରୀ ବାହାରା ଅଞ୍ଚଳରୁ ଏକ ଅସୁସ୍ଥ ବାଘକୁ କାବୁ କରି ଚିକିତ୍ସା କରାଯାଉଥିବା ବେଳେ ଏବେ ପୁଣି ଏକ ବାଘ ସେହି ଅଞ୍ଚଳରେ ଖେଳାଉଛି ଆତଙ୍କ।

Leave A Reply

Your email address will not be published.