Latest Odisha News

BREAKING NEWS

ଆଗାମୀ ୩ ଘଣ୍ଟାରେ ୧୫ ଜିଲ୍ଲାରେ କାଳବୈଶାଖୀ ବର୍ଷା, ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ରାଜ୍ୟରେ ତାତିରୁ ଆଶ୍ୱସ୍ତି ମିଳିଛି । ପାଣିପାଗରେ ପରିବର୍ତ୍ତନ ଆସିବା ସହ ତାତିରେ ବ୍ରେକ୍ ଲାଗିଛି । ଆଗାମୀ ୩ ଘଣ୍ଟା ମଧ୍ୟରେ ରାଜ୍ୟର ୧୫ ଜିଲ୍ଲାରେ କାଳବୈଶାଖୀ ନେଇ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

କାଳବୈଶାଖୀ ବର୍ଷା ସହ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ଝଡ଼ ପବନ ବହିପାରେ । ଏନେଇ ଖୋର୍ଦ୍ଧା, କଟକ, ଯାଜପୁର, ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ଗଞ୍ଜାମ, ଗଜପତି ଓ ନୟାଗଡ଼ ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି ।

ପାଣିପାଗକୁ ଦେଖି ଘରୁ ବାହାରିବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ପାଣିପାଗ ବିଭାଗର ଆକଳନ ଅନୁସାରେ, ୨୫ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ଅନୁଭୂତ ହେବ । ୨୩ ତାରିଖରେ କିଛି ଜିଲ୍ଲାରେ କୁଆପଥର ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି ।

ରାଜ୍ୟରେ ତାତି କମିଥିବା ବେଳେ ଦିନ ୧୧ଟା ୩୦ ସୁଦ୍ଧା ଆଜି ଦିନ ୧୧ଟା ୩୦ ଭୁବନେଶ୍ୱରର ତାପମାତ୍ରା ୩୩.୨ ଡିଗ୍ରୀ, ବାଲେଶ୍ୱରରେ ତାପମାତ୍ରା ୩୬ ଡିଗ୍ରୀ, ଝାରସୁଗୁଡାରେ ୩୨.୬ ଡିଗ୍ରୀ ରେକର୍ଡ କରାଯାଇଛି ।

Leave A Reply

Your email address will not be published.