Latest Odisha News

BREAKING NEWS

ଉଚ୍ଚ ଶିକ୍ଷା ପାଇଁ ଆମେରିକା ଯାଇଥିବା ଭାରତୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା

ଅମରାବତୀ:ଆମେରିକା ଯାଇଥିଲେ ପାଠ ପଢିବାକୁ  । ଉଚ୍ଚଶିକ୍ଷା ଲାଭ କରିବେ । ବଡ ଚାକିରି କରିବେ । ହେଲେ ଉଚ୍ଚଶିକ୍ଷା ଲାଭ ପାଇଁ ଯାଇଥିବା ପୁଅ ଆଉ ଘରକୁ ଫେରିଲାନି । ଜଣେ ଭାରତୀୟ ପିଜି ଛାତ୍ରଙ୍କୁ ଆମେରିକାରେ ଗୁଳି କରି ହତ୍ୟା କରାଯାଇଛି । ୨୪ ବର୍ଷୀୟ ଏହି ଛାତ୍ର ଜଣଙ୍କ ଆନ୍ଧ୍ର ପ୍ରଦେଶର  ।ସେ ଆମେରିକା ମାଷ୍ଟର ଡିଗ୍ରୀ କରିବା ପାଇଁ ଯାଇଥିଲେ । ପୋଲିସର କହିବା ଅନୁଯାୟୀ, ଓହିୟୋର ଇନ୍ଧନ ଷ୍ଟେଶନରେ ତାଙ୍କୁ ଗୁଳି କରାଯାଇଥିଲା । ସେ  ଗୁରୁତର ହୋଇ ପଡିଥିଲେ । ସେ ଯେଉଁଠି କାମ କରୁଥିଲେ, ସେଠିକାର ଜଣେ ବ୍ୟକ୍ତି ତାଙ୍କର ପରିଚୟ ଦେଇଥିଲେ । ମୃତ ଛାତ୍ରଙ୍କ ନାଁ ସାଈଶ ବୀରା । ଘଟଣା ଗୁରୁବାର କଲୋମ୍ବସ ଡିଭିଜନରେ ଘଟିଥିଲା ।

ମିଳିଥିବା ସୂଚନା ଅନୁଯାୟୀ, ୨୦୨୩ ଏପ୍ରିଲ ୨୦ ତାରିଖ ମଧ୍ୟହ୍ନ ସାଢେ ୧୨ଟାରେ ଏହି ଘଟଣା ଘଟିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାଈଶ ବୀରାଙ୍କୁ ଉଦ୍ଧାର କରିଥିଲେ । କଲମ୍ବସ ଅଗ୍ନିଶମ କର୍ମଚାରୀ ପହଞ୍ଚି ତାଙ୍କୁ ତୁରନ୍ତ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ତାଙ୍କୁ ବଞ୍ଚାଇ ପାରି ନ ଥିଲେ ଡାକ୍ତର । ପୋଲିସ ଘଟଣାର ଯାଞ୍ଚ କରିବା ସହ ତାଙ୍କ ଘରକୁ ଖବର ଦେଇଥିଲେ । ପୋଲିସ ସିସିଟିଭି ଫୁଟେଜକୁ ଦେଖି ଘଟଣାର ଯାଞ୍ଚ କରୁଛି ।

ସାଈଶ ବୀରା ମାଷ୍ଟର ଡିଗ୍ରୀ କରିବା ପାଇଁ ଆମେରିକା ଯାଇଥିଲେ । ସେ H-1B ଭିଜାରେ ଆମେରିକା ଯାଇଥିଲେ । ସାଈସ ତାଙ୍କ ପରିବାରର ପ୍ରଥମ ବ୍ୟକ୍ତି ଯିଏ ଉଚ୍ଚଶିକ୍ଷା ପାଇଁ ଆମେରିକା ଯାଇଥିଲେ । ସେ ବିଦେଶରେ ପାଠ ପଢି ରୋଜଗାର କରି ପରିବାରକୁ ସାହାଯ୍ୟ କରିବାର ଆଶା ରଖିଥିଲେ ।

Leave A Reply

Your email address will not be published.