Latest Odisha News

BREAKING NEWS

ଶିକାରୀ ଫାଶରେ ଫସିଲା କଲରାପତରିଆ ବାଘ…୭ ଦିନ ପରେ ଉଦ୍ଧାର

ନୂଆପଡ଼ା: ଶିକାରୀ ଫାଶରେ ଫସିଯାଇଥିଲା କଲରାପତରିଆ । ଏବେ ୭ ଦିନ ପରେ ଉଦ୍ଧାର କଲା ବନ ବିଭାଗ । ଓଡ଼ିଶା-ଛତିଶଗଡ ସୀମାନ୍ତବର୍ତ୍ତୀ ଗାରିଆବନ୍ଧ ଜିଲ୍ଲା ଉଦନ୍ତୀ ସୀତାନଦୀ ଜଙ୍ଗଲ ଭିତରେ ଥିବା ତୌରଙ୍ଗା ବଫର ଜୋନର କୋକୋଡ଼ି ଗାଁରେ ଏହି ଘଟଣା ଘଟିଛି ।

ଖବରମୁତାବକ, ଶିକାରୀ ବାଇକ୍ ର କ୍ଲଚ୍ ଓୟାରରେ ଫାଶ କରି ଜଙ୍ଗଲ ଭିତରେ ରଖିଥିଲେ । ସେହି ବାଟ ଦେଇ ଯାଉଥିବା ବାଘଟି ଫାଶରେ ପଡିଯାଇଥିଲା । ଗାଁ ଲୋକେ ଦେଖିବା ପରେ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ ଡ୍ରୋନ୍ ସାହାଯ୍ୟରେ ବାଘର ସ୍ଥିତି ଅନୁଧ୍ୟାନ କରିଥିଲେ । ବନ ବିଭାଗର SDO ଗୋପାଳ କଶ୍ୟପଙ୍କ ତତ୍ୱାବଧାନରେ ସୁରକ୍ଷିତ ଉଦ୍ଧାର କରିଛନ୍ତି ଓ ପ୍ରାଥମିକ ଚିକିତ୍ସା ପରେ ଏବେ ଜଙ୍ଗଲ ସଫାରୀ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି ।

ଏବେ କଲରାପତରିଆ ବାଘର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଏଥିସହ ଛତିଶଗଡ଼ ବନ ବିଭାଗ ଶିକାରୀଙ୍କୁ ଧରାଇଦେଲେ ୧୦ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି ।

Leave A Reply

Your email address will not be published.