Latest Odisha News

BREAKING NEWS

ଟାଇଗର ଶ୍ରଫଙ୍କ ମାଆ ଉଠାଇଲେ୯୫ କିଲୋଗ୍ରାମର ଭାର !

ମୁମ୍ବାଇ: ବଲିଉଡର ଆକ୍ସନ ହିରୋ ଟାଇଗର ଶ୍ରଫଙ୍କ ମାଆ ଆୟେଶା ଶ୍ରଫ ୯୫ କିଲୋଗ୍ରାମର ଭାର ଉଠାଇ ସୋସିଆଲ ସାଇଟରେ ଝଡ ସୃଷ୍ଟି କରିଛନ୍ତି । ଜ୍ୟାକି ଶ୍ରଫଙ୍କ ପତ୍ନୀଙ୍କ ବୟସ ୬୦ରୁ ଊର୍ଦ୍ଧ୍ୱ ହେବ । ତଥାପି ଫିଟନେସ ମାମଲାରେ ସେ ପଛରେ ନାହାନ୍ତି । ଜିମ୍‌ରେ ୯୫ କିଗ୍ରାର ଭାର ଉଠାଇବା ପରେ ଟାଇଗର ଓ କୃଷ୍ଣା ମାଆଙ୍କ ସଫଳ ଉଦ୍ୟମକୁ କରତାଳି ଦେଇ ସ୍ୱାଗତ କରିଥିଲେ ।

ଦିଶା ପାଟନୀ ଏହି ଭିଡିଓ ଦେଖିବା ପରେ ଲେଖିଛନ୍ତି କମାଲ କି ତାକତ । ୬୦ ବର୍ଷରେ ୯୫ କେଜି ଭାର ଉଠାଇ ମାଆ ଏବେ ପିଲାମାନଙ୍କ ଆଗରେ ଆଉ ଏକ ଚ୍ୟାଲେଞ୍ଜ ଦେଇଛନ୍ତି କହିଲେ ଭୁଲ ହେବ ନାହିଁ । ୧୯୮୪ରେ ମୋହନୀଶ ବେହଲଙ୍କ ତେରି ବାଁହୋ ଫିଲ୍ମ ମାଧ୍ୟମରେ ଆୟେଶା ବଲିଉଡ ପଦାର୍ପଣ କରିଥିଲେ ।

Comments are closed.