Latest Odisha News

BREAKING NEWS

କଲରାପତରିଆ ବାଘ ଛାଲ ଜବତ, ଜଣେ ଗିରଫ

ବାରିପଦା :  ମୟୂରଭଞ୍ଜ ଜିଲ୍ଲାରେ ପୁଣି ଏକ ବାଘଛାଲ ଜବତ କଲା ବନବିଭାଗ। ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ଖେଜୁରୀକଟା ଗ୍ରାମରୁ ଏକ କଲରାପତରିଆ ବାଘଛାଲ ରାଇରଙ୍ଗପୁର ବନବିଭାଗ ଜବତ କରିଛି । ଅନେକ ଦିନରୁ ଏ ଅଞ୍ଚଳରେ ବାଘ ଛାଲ କାରବାର ଚାଲିଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ବନ ବିଭାଗ ଚଢ଼ାଉ କରିଥିଲା । ଗୋଟିଏ ବାଘ ଛାଲ ଜବତ ହୋଇଥିବା ବେଳେ ଜଣଙ୍କୁ ଗିରଫ କରିଛି ବନ ବିଭାଗ ।

ଏହାସହ ଗୋଟିଏ ବାଇକ୍ ମଧ୍ୟ ଜବତ ହୋଇଛି । ବାଘ ଛାଲ କାରବାରରେ ଲିପ୍ତ ଥିବା ଦୁର୍ବୃତ୍ତଙ୍କୁ ବନ ବିଭାଗ ୬/୭ ମାସରୁ ଟ୍ରାକ କରିଆସୁଥିଲେ । ତେବେ ଗୁରୁବାର କଟାସ ଗ୍ରାମରେ ଘର ଭିତରେ କାରବାର ଚାଲିଥିବା ବେଳେ ଚଢ଼ାଉ କରିଥିଲେ । ବଡବାଲି ଚୁଆର ଲକ୍ଷ୍ମଣ ନାଏକଙ୍କୁ  ଗିରଫ କରିଛି ବନ ବିଭାଗ ।

ପ୍ରାଥମିକ ତଦନ୍ତୁ ଲକ୍ଷ୍ମଣ ସହିତ ଆହୁରି ୪ ଜଣ ସମ୍ପୃକ୍ତ ଥିବା ଜଣାପଡିଛି। ତେବେ ଲକ୍ଷ୍ମଣ ଧରା ପଡିଥିବା ବେଳେ ଅନ୍ୟମାନେ ସେଠାରୁ ଖସି ପଳାଇଛନ୍ତି। ଫେରାର ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ବନ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଥିବା ରାଇରଙ୍ଗପୁର ବନଖଣ୍ଡ ପକ୍ଷରୁ ସୂଚନା ଦିଆଯାଇଛି।

 

Comments are closed.