Latest Odisha News

BREAKING NEWS

କଲେଜ ଓ ବିଶ୍ୱବିଦ୍ୟାଳୟ ପରୀକ୍ଷା ପାଇଁ SOP ଜାରି

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ବିଶ୍ୱବିଦ୍ୟାଳୟ ଓ କଲେଜରେ ହେବ ପରୀକ୍ଷା । ଏଥିପାଇଁ ଏସ୍‌ଓପି ଜାରି କରିଛି କେନ୍ଦ୍ର । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏସ୍‌ଓପି ଜାରି ହୋଇଛି ।

କରୋନା ଲକ୍ଷଣ ଥିବା ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରକୁ ଯାଇପାରିବେ ନାହିଁ । ଏମାନଙ୍କ ପାଇଁ ଅଲଗା ଗୃହର ବ୍ୟବସ୍ଥା କରିବେ କର୍ତ୍ତୃପକ୍ଷ । ସେହିପରି କଂଟେନମେଂଟ ଜୋନ୍‌ରୁ ଆସୁଥିବା ଛାତ୍ରଛାତ୍ରୀଙ୍କୁ ବି ପରୀକ୍ଷା ପାଇଁ ଅନୁମତି ମିଳିବ ନାହିଁ । ଏହି ପରିସ୍ଥିତିରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବେ ।

ପରୀକ୍ଷା ଦେବା ପୂର୍ବରୁ ପରୀକ୍ଷାର୍ଥୀ ନିଜ ସ୍ୱାସ୍ଥ୍ୟ ସମ୍ପର୍କରେ ଅବଗତ କରାଇବେ । ଛାତ୍ରଛାତ୍ରୀଙ୍କ ପ୍ରବେଶ ଓ ପ୍ରସ୍ଥାନ ନେଇ ବି ସ୍ୱତନ୍ତ୍ର ବ୍ୟବସ୍ଥା ହେବ । ପ୍ରଶ୍ନ ଓ ଉତ୍ତର ଖାତାକୁ ଧରିବା ପୂର୍ବରୁ ହାତ ସାନିଟାଇଜ କରାଯିବ । କରୋନା ମୁକାବିଲା ଭିତରେ ଦେଶରେ ଆରମ୍ଭ ହୋଇଛି ପରୀକ୍ଷା । ପ୍ରଥମ ପର୍ଯ୍ୟାୟରେ ଜେଇଇ ମେନ୍ ଓ ନିଟ୍ ପରୀକ୍ଷା ଆରମ୍ଭ ହୋଇଛି । ତେବେ ବେଳେ ବିଶ୍ୱବିଦ୍ୟାଳୟ ଓ କଲେଜରେ ଆଗକୁ ହେବାକୁ ଥିବା ପରୀକ୍ଷା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି ।

Leave A Reply

Your email address will not be published.