ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି ସରକାରର ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଜେଲରେ ଭିଆଇପି ଟ୍ରିଟମେଂଟ ଦେଇ ଫସିଛନ୍ତି ଜେଲ ସୁପରିଟେଂଡେ ଅଜିତ କୁମାର । ଠକ ସୁକେଶ କୁମାର ଏ ନେଇ ଦିଲ୍ଲୀ ଏଲଜି ବିନୟ କୁମାର ସକ୍ସେନାଙ୍କୁ ପତ୍ର ଲେଖି ଅଭିଯୋଗ କରିଥିଲେ । ଏଲଜି ଏ ନେଇ ଏକ ଯାଂଚ କମିଟି ଗଠନ କରିଥିଲେ । କମିଟିର ତଦନ୍ତ ପରେ ଅଜିତଙ୍କୁ ସସପେଣ୍ଡ କରାଯାଇଛି । ସେ ତିହାର ଜେଲ ବ୍ୟାରେକ ନମ୍ବର ୭ ଦାୟିତ୍ୱରେ ରହିଥିଲେ । ସପ୍ତାହକ ପୂର୍ବରୁ ତିହାର ଜେଲର ଡିଜିଙ୍କ ବଦଳି କରାଯାଇଥିଲା । ସୁକେଶଙ୍କ ଅଭିଯୋଗକ୍ରମେ ସେ ସମୟର ଡିଜି ସନ୍ଦୀପ ଗୋୟଲଙ୍କ ସ୍ଥାନରେ ସଞ୍ଜୟ ବେନିୱାଲଙ୍କୁ ଦାୟିତ୍ୱ ପ୍ରଦାନ କରା ଯାଇଥିଲା ।
ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ରଙ୍କୁ ମେ ୩୦ରେ ଇଡି ଗିରଫ କରାଯାଇଥିଲା । ସେବେଠାରୁ ତିହାର ଜେଲରେ ବନ୍ଦ ଅଛନ୍ତି । ଅପରପକ୍ଷରେ ମନି ଲଣ୍ଡ୍ରିଂ ମାମଲାରେ ମଣ୍ଡୋଲୀ ଜେଲରେ ସୁକେଶ ବନ୍ଦ ଅଛନ୍ତି । ସେ ଆପ ସରକାର, ସତ୍ୟେନ୍ଦ୍ର, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଡିଜିଙ୍କ ବିରୋଧରେ ଏଲଜିଙ୍କୁ ପତ୍ର ଲେଖିଥିଲେ ।
Comments are closed.