Latest Odisha News

BREAKING NEWS

ନିର୍ଦ୍ଦିଷ୍ଟ ଧର୍ମର ସ୍ଲୋଗାନ ଉଚ୍ଚାରଣ କରାଇବା ପାଇଁ ଯୁବକଙ୍କୁ ନିସ୍ତୁକ ମାଡ଼

ହାଇଦ୍ରାବାଦ : ହଷ୍ଟେଲରେ ରହୁଥିବା ଛାତ୍ର ଉପରେ ମରଣାନ୍ତକ ଆକ୍ରମଣ । ସୋଶିଆଲ ମିଡିଆାରେ ଭିଡିଓ ଭାଇରାଲ । ଛାତ୍ର ଜଣକ ହେଲେ ଆଇସିଏଫଏଆଇ(ICFAI) ଫାଉଣ୍ଡେସନର ତୃତୀୟ ବର୍ଷ ଛାତ୍ର  । ତାଙ୍କ ନାଁ ହେଉଛି ହିମାଙ୍କ ବଂଶଲ । ଏହି ଦୃଶ୍ୟରେ ହିମାଙ୍କକୁ ତଳେ ପକାଇ କେତେକ ଛାତ୍ର ଗୋଇଠା ବିଧା ମାରୁଥିବା ଦେଖିବାକୁ ମିଳିଛି । ଭିଡିଓରେ ହିମାଙ୍କ ‘‘ଜୟ ମାତାଦି ଏବଂ ଆଲ୍ହା ହୋ ଆକ୍‌ବର ’’ କହୁଥିବା ଶୁଣିବାକୁ ମିଳିଛି  ।

ତେବେ ଭାଇରାଲ ହେଉଥିବା ଭିଡିଓରେ ଜଣେ ଅଭିଯୁକ୍ତ କହୁଛନ୍ତି ଯେ, ତାର ଆଦର୍ଶକୁ ଆମେ ସୁଧାରିବାକୁ ଚାହୁଁଛୁ । ସେ କୋମାରେ ପଡ଼ିବା ପର୍ଯ୍ୟନ୍ତ ପିଟିବୁ ।  ଅନ୍ୟ ଜଣେ ହିମାଙ୍କ ବଂଶଲଙ୍କ ୱାଲେଟ ଛଡ଼ାଇ ନେଇ ଯିଏ ଯେତେ ଟଙ୍କା ଚାହିଁବ ନେଇଯାଅ ବୋଲି କହୁଛନ୍ତି।

ଏନେଇ ପୁଲିସ ଏକ ମାମଲା ରୁଜୁ କରି ଛାତ୍ରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ୧୨ ଜଣଙ୍କ ମଧ୍ୟରୁ ୫ ଜଣଙ୍କୁ  ଗିରଫ କରିଥିବା ବେଳେ ୭ ଜଣ ଫେରାର ଅଛନ୍ତି । ସମସ୍ତ ଅଭିଯୁକ୍ତ ଛାତ୍ରଙ୍କୁ କଲେଜରୁ ନିଲମ୍ବିତ କରାଯାଇଛି। ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ କିଛି ପିଲା ଏଥିରେ ଉତକ୍ଷିପ୍ତ ହୋଇ ହିମାଙ୍କଙ୍କୁ ନିର୍ଯାତନା ଦେଇଥିବା ସୂଚନା  । ଏହି ଘଟଣା ନଭେମ୍ବର ୧ ରେ ଘଟିଥିବା ଜଣାପଡ଼ିଛି  ।

ପରେ ନିଜେ ହିମାଙ୍କ ମଧ୍ୟ ଏହି ଭିଡିଓକୁ  ତେଲେଙ୍ଗାନା ମନ୍ତ୍ରୀ କେ.ଟି ରାମା ରାଓ ଏବଂ ହାଇଦ୍ରାବାଦ ପୁଲିସ କମିଶନରଙ୍କୁ ଟ୍ୟାଗ୍ କରି  ଟ୍ୱିଟ୍ କରିଛନ୍ତି । ତେବେ ଅଭିଯୁକ୍ତଙ୍କ ପ୍ରତି ଜିରୋ ଟଲେରେନ୍ସ ନୀତି ଆପଣା ଯିବ ବୋଲି ପୁଲିସ କମିଶନର କହିଛନ୍ତି । ସେହିପରି କଲେଜ ପକ୍ଷରୁ ୧୨ ଜଣଙ୍କୁ ନିଲମ୍ବିତ କରାଯାଇଥିବା କୁହାଯାଇଛି। ଏହି ଘଟଣାରେ ବିଜେପି ସଠିକ୍ ତଦନ୍ତ ଦାବି କରିଥିବା ବେଳେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି।

 

Leave A Reply

Your email address will not be published.