Latest Odisha News

ଅଭିନେତା ଟିକୁ ତଲସାନିଙ୍କୁ ହୋଇଛି ବ୍ରେନ୍‌ ଷ୍ଟ୍ରୋକ୍‌, ସ୍ପଷ୍ଟ କଲେ ପତ୍ନୀ

ମୁମ୍ବାଇ: ବଲିଉଡ ଓ ଗୁଜୁରାଟ ସିନେମାର ଲୋକପ୍ରିୟ ଅଭିନେତା ଟିକୁ ତଲସାନିଆ ହୃଦଘାତର ଶିକାର ହୋଇଛନ୍ତି ବୋଲି ସକାଳେ ଅଭିନେତାଙ୍କୁ ହୃଦଘାତ ହୋଇଥିବା ନେଇ ଖବର ଆସିଥିଲା। ହେଲେ ଏବେ ତାଙ୍କ ପତ୍ନୀ ବ୍ରେନ୍‌ ଷ୍ଟ୍ରୋକ୍‌ ହୋଇଥିବା ସ୍ପଷ୍ଟ କରିଛନ୍ତି।

ତାଙ୍କ ପତ୍ନୀ ଦୀପ୍ତି କହିଛନ୍ତି, ଟିକୁଙ୍କୁ ବ୍ରେନ୍‌ ଷ୍ଟ୍ରୋକ୍‌ ହୋଇଛି, ହୃଦଘାତ ହୋଇ ନାହିଁ। ସେ ରାତି ପ୍ରାୟ ୮ଟାରେ ଫିଲ୍ମର ସ୍କ୍ରିନିଂ ପାଇଁ ଯାଇଥିଲେ। ତାଙ୍କୁ ଅସୁସ୍ଥ ଅନୁଭବ ହୋଇଥିଲା। ଏହାପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ଏବେ ସେ କୋକିଲାବେନ୍‌ ଧୀରୁଭାଇ ଅମ୍ବାନୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଚିକିତ୍ସା ଜାରି ରହିଛି।

ସତୁରୀ ବର୍ଷରେ ବି ଟିକୁ ତଲସାନିଆ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଆକ୍ଟିଭ ଅଛନ୍ତି । ସେ ୨୫୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି। ବିଶେଷକରି ଜଣେ କମେଡିଆନ ଭାବେ ସେ ଖ୍ୟାତି ଅର୍ଜନ କରିଛନ୍ତି। ଖବର ସାମ୍ନାକୁ ଆସିବା ପରେ ଫ୍ୟାନ୍ସମାନେ ଚିନ୍ତା ବ୍ୟକ୍ତ କରୁଛନ୍ତି। ୧୯୮୪ରେ ଟେଲି ଧାରାବାହିକ ‘ୟେ ହୈ ଜିନ୍ଦେଗୀ’ରୁ ଟିକୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଶେଷ ଥର ପାଇଁ ୨୦୨୪ରେ ସେ ‘ବିକ୍କି ବିଦ୍ୟା କି ବୋ ଓ୍ବାଲା ଭିଡିଓ’ରେ ନଜର ଆସିଥିଲେ।

Comments are closed.