ନୂଆଦିଲ୍ଲୀ: ପାଞ୍ଚଟି ରାଜ୍ୟ ନିର୍ବାଚନରେ କେଉଁଠି କିଏ ଗଢ଼ିବ ସରକାର ? ପ୍ରଚାର ମୈଦାନ ଏବେ କମ୍ପୁଛି । ଏହାରି ଭିତରେ ସାମନାକୁ ଆସିଛି ଟାଇମ୍ସ ନାଓ-ସିଭୋଟର ଓପିନିଅନ୍ ପୋଲ୍ । ପଶ୍ଚିମବଙ୍ଗରେ ଦିଦି ପୁଣି ଗଢ଼ିବେ ସରକାର । ମମତା ବାନାାର୍ଜୀଙ୍କ ନେତୃତ୍ୱରେ ବେଙ୍ଗଲରେ ଟିଏମସି କ୍ଷମତା ବଜାୟ ରଖିବ । ଆକଳନ କହୁଛି ୨୯୪ ବିଧାନସଭା ଆସନରୁ ଟିଏମସି ୧୫୪, ବିଜେପିକୁ ୧୦୭ଟି ଆସନ ମିଳିବ । ସରକାର ଗଢ଼ି ନପାରିଲେ ମଧ୍ୟ ବିଜେପି ୨୦୧୬ ତୁଳନାରେ ଅଧିକ ସିଟ୍ ହାତେଇବ । କଂଗ୍ରେସ-ବାମ ଦଳ ମେଣ୍ଟକୁ ଯାଇପାରେ ୩୩ଟି ଆସନ ।
ତାମିଲନାଡୁରେ କ୍ଷମତା ପରିବର୍ତ୍ତନ
ତାମିଲନାଡୁରେ ସରକାର ଗଢ଼ିବ ୟୁପିଏ ମେଣ୍ଟ । ନାଇମ୍ସ ନାଓ ସର୍ଭେ ଅନୁସାରେ ଡିଏମକେ-କଂଗ୍ରେସ ମେଣ୍ଟ ସପକ୍ଷରେ ଯିବା ଜନାଦେଶ । ୨୩୪ ବିଧାନସଭା ଆସନରୁ ୟୁପିଏକୁ ୧୫୮, ଏନଡିଏକୁ ୬୫ ଓ ଅନ୍ୟାନ୍ୟ ଦଳଙ୍କୁ ୧୧ଟି ସିଟ୍ ମିଳିପାରେ ।
ଆସାମରେ କାଣ୍ଟେ କା ଟକ୍କର
ଟାଇମ୍ସ ନାଓ ଓପିନିଅନ୍ ପୋଲ୍ କହୁଛି, ଆସାମରେ ପୁଣି ଥରେ କ୍ଷମତା ବଜାୟ ରଖିବ । କିନ୍ତୁ କାଣ୍ଟେ କା ଟକ୍କର ହେବ । ୧୨୬ ବିଧାନସଭା ଆସନ ବିଶିଷ୍ଟ ଆସାମରେ ଏନଡିଏ ମେଣ୍ଟକୁ ୬୭ ଓ ୟୁପିଏକୁ ମିଳିପାରେ ୫୭ଟି ସିଟ୍ । ଅନ୍ୟାନ୍ୟ ଦଳ ୨ଟି ଆସନରେ ବିଜୟୀ ହୋଇପାରନ୍ତି ।
କେରଳରେ ଏଲଡିଏଫ୍ ସରକାର
କେରଳରେ ପୁଣି ଥରେ ଶାସନ ଗାଦିରେ ବସିବ ଏଲଡିଏଫ୍ । ୧୪୦ ଆସନରୁ ଏଲଡିଏଫ୍ ୮୨, ୟୁଡିଏଫକୁ ୫୬ ଓ ଅନ୍ୟାନ୍ୟ ଦଳଙ୍କୁ ମିଳିପାରେ ଗୋଟିଏ ସିଟ୍ ।
ପୁଡୁଚେରୀରେ ଏନଡିଏ ସରକାର
ପୁଡୁଚେରୀରେ କଂଗ୍ରେସକୁ ଝଟକା ଲାଗିପାରେ । ସେଠାରେ ସରକାର ଗଢ଼ିପାରେ ଏନଡିଏ ମେଣ୍ଟ । ବିରୋଧୀ ସିଟରେ ବସିବ ୟୁପିଏ ମେଣ୍ଟ । ୩୦ ବିଧାନସଭା ଆସନରୁ ନାଇମ୍ସ ନାଓ ସର୍ଭେ ଏନଡିଏକୁ ୧୮ ଓ ୟୁପିଏ ମେଣ୍ଟକୁ ଦେଇଛି ୧୨ଟି ସିଟ୍ ମିଳିବ ବୋଲି କହିଛି ।
BREAKING NEWS
- ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ
- Powerful Bombs: ଆହୁରି ଭୟଙ୍କର ହୋଇପାରେ ଇରାନ ଯୁଦ୍ଧ? ଇସ୍ରାଏଲକୁ ୪୦ ହଜାର ବମ୍ ଦେବେ ଟ୍ରମ୍ପ!
- ଓରାଙ୍ଗଉଟାନ୍ଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରୁଛନ୍ତି ବିଶେଷଜ୍ଞ ଟିମ୍
- ମୋଦୀଙ୍କୁ ସାହାଯ୍ୟ ମାଗିବାର କିଛି ଦିନ ଭିତରେ ମିଳିଲା ନ୍ୟାୟ: ସମାଧାନ ହେଲା ମୁମ୍ବାଇର ବହୁ ଚର୍ଚ୍ଚିତ ଜମି ବିବାଦ ମାମଲା
- କୁକୁର ନା ବିରାଡ଼ି କାମୁଡ଼ା, କିଏ ଅଧିକ ବିପଜ୍ଜନକ? ଜାଣନ୍ତୁ ଏନେଇ କ’ଣ କହୁଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ
- ଆକାଶରେ ଫାଟିଲା ଟାୟାର, ବିମାନ ଭିତରେ ଖସିପଡ଼ିଲା ଛାତ: ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଛାତିଥରା ଭିଡିଓ
- ସଲମାନଙ୍କ ଦୁଃଖ ଭରା ପୋଷ୍ଟ ନା ଆଗାମୀ ଫିଲ୍ମ ‘ସିକନ୍ଦର’ର ପ୍ରମୋସନ୍? ସୋସିଆଲ୍ ମିଡିଆରେ ଚର୍ଚ୍ଚା ଜୋର
- ଜଳବାୟୁ ପରିବର୍ତ୍ତନର ଭୟଙ୍କର ପ୍ରଭାବ: ତରଳୁଛି ହିମାଳୟର ଗ୍ଲେସିୟର, ବିପଦରେ ଭାରତର ୨୦ ପ୍ରତିଶତ ଜିଡିପି
- ଘୂର୍ଣ୍ଣିବଳୟ ସକ୍ରିୟ; ରାଜ୍ୟର ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା
- ବେକାରୀ ହାର ନେଇ ନୂଆ ସର୍ଭେ ରିପୋର୍ଟ: ସହର ତୁଳନାରେ ଗ୍ରାମାଞ୍ଚଳରେ ସୃଷ୍ଟି ହେଲା ଅଧିକ ନିଯୁକ୍ତି ସୁଯୋଗ

Comments are closed.