Latest Odisha News

BREAKING NEWS

୧୦୦ରୁ ୧୧୫ ଆସନ ଜିତିବ ବିଜେଡି, ବିଜେପିର ଗ୍ରାଫ ବି ଉପରମୁହାଁ

ଭୁବନେଶ୍ବର: ଏକ୍ସିଟ ପୋଲ ଆକଳନକୁ ନେଇ ଏବେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି । ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପିର ପୂରାପୂରି କଡା ଟକ୍କର ଚାଲିଛି । ତେବେ ବିଧାନସଭା ଆସନରେ ବିଜେପିର ଗ୍ରାଫ ଏଥର ଉପର ମୁହାଁ ରହିଛି । ଯେଉଁଠି ଶାସକ ଦଳ ବିଜେଡି ୧୦୦ ରୁ ୧୧୫ ଆସନ ହାତେଇବ ସେଠି ବିଜେପି ୩୦ରୁ ୩୮ ଆସନ ହାତେଇପାରେ । ଏମିତି କିଛି ଆକଳନ କରିଛି ଇଟିଜି ରିସର୍ଚ୍ଚର ଏକ୍ସିଟ ପୋଲ ।

ଇଟିଜି ରିସର୍ଚ୍ଚର ଏକ୍ସିଟ ପୋଲ ଆକଳନକୁ ନେଇ ଟାଇମ୍ସ ନାଓ ଦର୍ଶାଇଥିବା ଏକ ରିପୋର୍ଟରେ କୁହାଯାଇଛି ଯେ, ଏଥର ୧୪୭ ବିଧାନସଭା ଆସନରୁ ଶାସକ ଦଳ ବିଜେଡି ମୋଟ ୪୬ ପ୍ରତିଶତ ଭୋଟ ଗ୍ରହଣ କରିପାରେ । ଅର୍ଥାତ୍ ୧୦୦ରୁ ୧୧୫ ଟି ଆସନ ହାତେଇପାରେ । ସେହିପରି ବିଜେପି, ଓଡିଶା ବିଧାନସଭା ଆସନରୁ ୩୮ ପ୍ରତିଶତ ଭୋଟ ସହ ୩୦ରୁ ୩୮ଟି ଆସନ ହାତେଇପାରେ । ଅନ୍ୟପଟେ କଂଗ୍ରେସ ୧୧ ପ୍ରତିଶତ ଭୋଟ ସହ ୪ରୁ ୭ଟି ଆସନ ପାଇପାରେ ବୋଲି ଆକଳନ କରାଯାଇଥିବା ବେଳେ ଅନ୍ୟାନ୍ୟ ଦଳ ପ୍ରାୟ ୫ ପ୍ରତିଶତ ଭୋଟ ସହ ଗୋଟେ କିମ୍ବା ଦୁଇଟି ସିଟ୍ ନେଇପାରନ୍ତି ।

ତେବେ ଚଳିତ ବର୍ଷର ଆକଳନ ଅନୁଯାୟୀ, ବିଜେଡି ପ୍ରାୟ ୨୦୧୯ରେ ଜିତିଥିବା ଆସନର ପାଖାପାଖି ହିଁ ଆସନ ଗ୍ରହଣ କରିବ । କିନ୍ତୁ ସବୁଠୁ ମୁଖ୍ୟ କଥା ହେଉଛି ବିଜେପି ଏଥର ଆଶ୍ଚର୍ଯ୍ୟଜନକ ଭୋଟ ଗ୍ରହଣ କରିପାରେ । ୨୦୧୪ ରେ ଯେଉଁଠି ବିଜେପି ୧୦ ଟି ସିଟ୍ ଓ ୨୦୧୯ରେ ୨୩ଟି ସିଟ୍ ଜିତିଥିଲା ସେଠି ଏଥର ପ୍ରାୟ ୩୦ରୁ ୩୮ ସିଟ୍ ନେଇପାରେ ବୋଲି ଆକଳନ କରାଯାଇଛି । ଯାହା ବିଜେପିର ଗ୍ରାଫ ବୃଦ୍ଧି ହେଉଥିବାର ସ୍ପଷ୍ଟ ଚିତ୍ର ଆସୁଛି ।

ସେହିପରି ଇଣ୍ଡିଆ ଟୁଡେର ଏକ୍ସିଟ ପୋଲ- ଆକ୍ସିସ୍ ମାଇଁ ଇଣ୍ଡିଆ ଅନୁଯାୟୀ, ରାଜ୍ୟରେ ଲୋକସଭା ନିର୍ବାଚନରେ ୫୧ ପ୍ରତିଶତ ଭୋଟ୍ ବିଜେପି ହାତେଇଥିବା ଆକଳନ କରାଯାଇଛି। ଅର୍ଥାତ୍ ଓଡ଼ିଶାରେ ବିଜେପି ୧୮ରୁ ୨୦ଟି ଲୋକସଭା ଆସନ ଜିତିପାରେ। ସେପଟେ ଶାସକ ଦଳ ବିଜେଡି ୩୩ ପ୍ରତିଶତ  ଭୋଟ ସହ ମାତ୍ର ୨ଟି ଆସନ ନେଇପାରେ ବୋଲି ଆକଳନ କରାଯାଇଛି । ଏଥିସହିତ କଂଗ୍ରେସକୁ ୧୩ ପ୍ରତିଶତ ଭୋଟ୍ ସହ ଗୋଟିଏ ଆସନ ମିଳିବାର ସମ୍ଭାବନା ରହିଛି।

Leave A Reply

Your email address will not be published.