Latest Odisha News

BREAKING NEWS

ଏହି ଘରୋଇଉପାୟ ଦ୍ବାରା ପାଖ ମାଡିବନି ରୋଗ ବାହକ ‘ମାଛି’

ଭୁବନେଶ୍ବର:ରାଜ୍ୟରେ ବ୍ୟାପିଥିବା ହଇଜା ଘଟଣା କାହାକୁ ଅଛପା ନାହିଁ । ଏହି ହଇଜା ରୋଗର ବାହକ ମାଛି ହୋଇଥାଏ । ଏବେ ବର୍ଷା ଦିନ ଆସିଲାଣି । ଘରର ଦ୍ୱାର ଏବଂ ଝରକା ଖୋଲା ରଖିରେ ମାଛି ଘରକୁ ପଶି ଆସନ୍ତି । ଘରେ ମାଛି ପଶିଲେ ସାଥୀରେ ନାନା ରୋଗ ନେଇକି ଆସିଥାଏ । ଘର ଚାରିପାଖରେ ଟିକିଏ ବି ମଇଳା ଅଛି, ତେବେ ପ୍ରଥମେ ଆପଣ ଘର ଆଖପାଖ ଅଞ୍ଚଳକୁ ସଫା ରଖନ୍ତୁ । ଏହାପରେ ବି ମାଛି ଘରକୁ ଆସୁଛି , ତେବେ ଆପଣ ଏହି ରୋଗବାହକ ମାଛିମାନଙ୍କୁ ଘରଠାରୁ ଦୂରରେ ରଖିବାକୁ କିଛି ଘରୋଇ ଉପଚାର ପ୍ରୟୋଗ କରିପାରିବେ ।

-ଗୋଟିଏ ଗ୍ଲାସ ପାଣିରେ ୨ ଚାମଚ ଲୁଣ ନେଇ ଭଲ ଭାବରେ ମିଶାନ୍ତୁ। ଏବେ ଏହି ପାଣିକୁ ଏକ ସ୍ପ୍ରେ ବୋତଲରେ ଭର୍ତ୍ତି କରି ମାଛିମାନଙ୍କ ଉପରେ ସ୍ପ୍ରେ କରନ୍ତୁ। ଏହା ମାଛି ଘଉଡ଼ାଇବା ପାଇଁ ବହୁତ ଭଲ।

-ପୋଦିନା ଏବଂ ତୁଳସୀପତ୍ର ମଧ୍ୟ ମାଛି ଘଉଡ଼ାଇବା ପାଇଁ ବ୍ୟବହାର କରାଯାଇପାରିବ। ଆପଣ ଏହି ଦୁଇଟିର ପାଉଡର କିମ୍ବା ପେଷ୍ଟ ତିଆରି କରି ପାଣିରେ ମିଶାଇ ଦିଅନ୍ତୁ। ଏହି ପାଣିକୁ ମାଛି ଉପରେ ସ୍ପ୍ରେ କରନ୍ତୁ। ଏହା ଏକ କୀଟନାଶକ ପରି କାମ କରେ।

-ମାଛିକୁ ଘଉଡ଼ାଇବା ପାଇଁ ଆପଣ କର୍ପୁର ବ୍ୟବହାର କରିପାରିବେ। ଏହାକୁ ପ୍ରସ୍ତୁତ କରିବା ପାଇଁ, ଦଶ-ବାରଟି କର୍ପୁର ନିଅନ୍ତୁ, ସେଗୁଡ଼ିକର ପାଉଡର ତିଆରି କରନ୍ତୁ। ଏହି ପାଉଡରକୁ ଏକ ପାତ୍ର ପାଣିରେ ମିଶାନ୍ତୁ। ଏବେ ଏହାକୁ ଏକ ସ୍ପ୍ରେ ବୋତଲରେ ରଖନ୍ତୁ ଏବଂ ଘରେ ସିଞ୍ଚନ୍ତୁ।

-ଲଙ୍କାର ତୀବ୍ର ବାସ୍ନା ମାଛିମାନଙ୍କୁ ଦୂରେଇ ଦିଏ। ଏଥିପାଇଁ ଛଅ-ସାତଟି ଶୁଖିଲା ଲାଲ ଲଙ୍କାକୁ ମିକ୍ସରରେ ପେଷ୍ଟ କରିଦିଅନ୍ତୁ। ତା’ପରେ ଏହାକୁ ପାଣିରେ ମିଶାଇ ଏକ ସ୍ପ୍ରେ ବୋତଲରେ ଭର୍ତ୍ତି କରନ୍ତୁ। ଏବେ ଏହାକୁ ଘରେ ସ୍ପ୍ରେ କରନ୍ତୁ। ଏହା ସାହାଯ୍ୟରେ ଆପଣ ମାଛି ଦୂର କରିପାରିବେ।

-ମାଛି ଘଉଡ଼ାଇବା ପାଇଁ ଆପଣ ଡାଲଚିନି ବ୍ୟବହାର କରିପାରିବେ। ଏହାର ବାସ୍ନା ମାଛି ଘଉଡ଼ାଇ ଦିଏ। ଘରର ଯେଉଁ ସ୍ଥାନରେ ମାଛି ଅଛନ୍ତି ସେଠାରେ ଡାଲଚିନି ପାଉଡର ସିଞ୍ଚନ କରନ୍ତୁ।

-ଗୋଟିଏ ଗ୍ଲାସରେ ଆପଲ୍ ସାଇଡର୍ ଭିନେଗାର ନିଅନ୍ତୁ ଏବଂ ସେଥିରେ କିଛି ବୁନ୍ଦା ବାସନମଜା ଲିକ୍ବିଡ ମିଶାନ୍ତୁ।ଏହି ଗ୍ଲାସକୁ ପ୍ଲାଷ୍ଟିକ୍ ଦ୍ବାରା ଘୋଡାନ୍ତୁ ଏବଂ ରବର ବ୍ୟବହାର କରି ଗ୍ଲାସ ଉପରେ ପ୍ଲାଷ୍ଟିକ୍କୁ ଟାଇଟ କରନ୍ତୁ। ଏହା ପରେ, ଏକ ଟୁଥପିକ୍ ନିଅନ୍ତୁ ଏବଂ ଗ୍ଲାସର ମୁହଁରେ ଥିବା ପ୍ଲାଷ୍ଟିକ୍ ରେ କଣା କରନ୍ତୁ। ଏହାକୁ ଏପରି ସ୍ଥାନରେ ରଖନ୍ତୁ ଯେଉଁଠାରେ ମାଛି ଅଛନ୍ତି। ମାଛିମାନେ ଏହି ଗ୍ଲାସ ଉପରେ ବସିବେ ଓ ଭିତରକୁ ଯିବାକୁ ଚେଷ୍ଟା କରିବେ । ବାସନମଜା ଲିକ୍ବିଡ ଯୋଗୁଁ ସେମାନେ ବାହାରକୁ ଆସିପାରିବେ ନାହିଁ ଏବଂ ଭିତରେ ବୁଡ଼ି ଯିବେ ।

ତେବେ ମାଛିକୁ ସମ୍ପୂର୍ଣ୍ଣ ଘଉଡ଼ାଇବା ପାଇଁ ନିୟମିତ ଭାବରେ ଘର ସଫା କରିବା, ରୋଷେଇ ଘରର ଡଷ୍ଟବିନ୍ ଫୁଲ୍ ହେବାପରେ ଖାଲି କରିବା ଏବଂ ମଇଳା ପାତ୍ରକୁ ଦୀର୍ଘ ସମୟ ପାଇଁ ସିଙ୍କରେ ନ ରଖିବା ଗୁରୁତ୍ୱପୂର୍ଣ୍ଣ। ଏହା ସହିତ ଝରକାରେ ଜାଲି ଲଗାନ୍ତୁ, ଯେପରି ମାଛି ପ୍ରବେଶ କରିପାରିବେ ନାହିଁ ।

Comments are closed.