Latest Odisha News

BREAKING NEWS

ହ୍ୟାଙ୍ଗଓଭରରୁ କିପରି ପାଇବେ ମୁକ୍ତି ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିକାଲିର ଯୁବପିଢି ହୁଅନ୍ତୁ କିମ୍ବା ବୟସ୍କ ବ୍ୟକ୍ତି, ସମସ୍ତେ ମଦ୍ୟପାନ କରନ୍ତି। ମଜା ମଜିଲିସ ପାଇଁ କିମ୍ବା ଖୁସି ମନେବା ପାଇଁ ସମସ୍ତେ ସାଙ୍ଗସାଥିଙ୍କ ସହ ମଦ୍ୟପାନ କରନ୍ତି। କହିବାକୁ ଗଲେ ଏହା ଆଜିକାଲି ଟ୍ରେଣ୍ଡ ହେଲାଣି। ଆଜିକାଲି ଯେକୌଣସି ଛୋଟ-ବଡ଼ ପାର୍ଟିରେ ମଦ୍ୟପାନ କରି ଆନନ୍ଦ କରନ୍ତି। ହେଲେ ମଦ୍ୟପାନ କରିବା ପରେ ଯେଉଁ ନିଶା ହୁଏ ତାହା ଦୀର୍ଘ ସମୟ ପର୍ଯ୍ୟନ୍ତ ରହେ। ଏହି ନିଶା ଅତି ଭୟଙ୍କର ପରିସ୍ଥିତି ସୃଷ୍ଟି କରେ। ଜଣେ ବ୍ୟକ୍ତିଙ୍କୁ ଅନ୍ୟ କୌଣସି କାମ କରିବାକୁ ଦିଏନାହିଁ।

ଗୋଟିଏ ଦିନର ମଜା ଅନେକ ଦିନର ସଜା ଭଳି ମନେ ହୁଏ। ଏହା ବ୍ୟତୀତ, ମୁଣ୍ଡବିନ୍ଧା, ବାନ୍ତି ଭଳି ଶରୀରରେ ଅନେକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ଦେଖାଦିଏ। ତେବେ ଏହି ନିଶା କିପରି ତୁରନ୍ତ କଟିଯିବ ସେନେଇ କେବେ ଭାବିଛନ୍ତି କି ? ଆଜି ଆମେ ଆପଣଙ୍କୁ ନିଶାରୁ କିପରି ମୁକ୍ତି ପାଇବେ କିମ୍ବା ହ୍ୟାଙ୍ଗଓଭରରୁ କିପରି ବାହାରିବେ ସେନେଇ କିଛି ଟିପ୍ସ ଦେବୁ।

ଲିକୁଇଟ ସେବନ କରନ୍ତୁ…
ମଦ୍ୟପାନ ନିଶାରୁ ମୁକ୍ତି ପାଇବା ପାଇଁ ଏକ ପ୍ରଭାବଶାଳୀ ଉପାୟ ହେଉଛି ଅଧିକରୁ ଅଧିକ ତରଳ ପଦାର୍ଥ ପିଇବା। ମଦ୍ୟପାନ କରିବା ପରେ ବାରମ୍ବାର ପରିଶ୍ରା ଯିବା ଫଳରେ ଶରୀରରୁ ଅଧିକ ଜଳ ନିର୍ଗତ ହୋଇଥାଏ। ଫଳରେ ଏହି ଜଳ ସହ ମଦ ମଧ୍ୟ ନିର୍ଗତ ହୁଏ। ତେଣୁ ଅଧିକ ପାଣି ପିଇବା ଦ୍ୱାରା ମଦ୍ୟପାନ ନିଶାରୁ ମୁକ୍ତି ମିଳେ।

ଚା କିମ୍ବା କଫି….
କ୍ୟାଫେନରେ ଆଣ୍ଟି-ହ୍ୟାଙ୍ଗଓଭର ଗୁଣ ରହିଛି ଯାହା ମଦ୍ୟପାନ ନିଶାକୁ ହ୍ରାସ କରିବାରେ ସହାୟକ ହୋଇପାରେ। ରାତିରେ ଯଦି ମଦ୍ୟପାନ କରିଥାନ୍ତି ତେବେ ପରଦିନ ସକାଳେ ଉଠି କଫି କିମ୍ବା ଚା ପିଇ ପାରିବେ। ଯାହା ଦ୍ୱାରାରା ଆପଣଙ୍କୁ ହ୍ୟାଙ୍ଗଓଭର ହେଲା ଭଳି ମନେ ହେବ ନାହିଁ। ଏହସହ ନିଶା ଦୂର ହୋଇଯିବ।

ଖାଦ୍ୟ ଏବଂ ପାନୀୟ…
ମଦ୍ୟପାନ ପୂର୍ବରୁ ଏବଂ ପରେ ଉପଯୁକ୍ତ ଖାଦ୍ୟ ଖାଆନ୍ତୁ। ଖାଲି ପେଟରେ ମଦ୍ୟପାନ କରିବା ଭୁଲ। ମଦ୍ୟପାନ ପରେ ଆପଣ ଅଣ୍ଡା କିମ୍ବା ପନିର ସାଣ୍ଡୱିଚ୍ ଖାଇପାରିବେ। ଏହା ଆପଣଙ୍କୁ ହ୍ୟାଙ୍ଗଓଭର ହେବାକୁ ଦେବ ନାହିଁ। ଯଦି ନିଶା ହୁଏ ତେବେ ତୁରନ୍ତ କଟିଯିବାରେ ସାହାଯ୍ୟ କରିବ।

ଅଦା…
ଯଦି ଆପଣ ନିଶା ଯୋଗୁଁ ବାନ୍ତି ପରି ଅନୁଭବ କରନ୍ତି, ତେବେ ଆପଣ ଅଦା ଖାଇପାରିବେ। ଏହା ପେଟକୁ ଆରମ ଦେବ ଏବଂ ପେଟ ସଫା କରିବାରେ ସାହାଯ୍ୟ କରିବ। ଏହା କିଛି ପରିମାଣରେ ହ୍ୟାଙ୍ଗଓଭର ହ୍ରାସ କରିବାରେ ମଧ୍ୟ ପ୍ରଭାବଶାଳୀ। ଏହାର ବ୍ୟବହାର ପାଇଁ ଆପଣ ଅଦା ଖଣ୍ଡକୁ ଗରମ ପାଣିରେ ମିଶାଇ ପିଇପାରିବେ।

ଲେମ୍ବୁ…
ନିଶା କଟିବା ପାଇଁ ଲେମ୍ବୁ ଖାଇପାରିବେ କିମ୍ବା ଲେମ୍ବୁ ପାଣି ପିଇପାରିବେ। ଲେମ୍ବୁରେ ଭିଟାମିନ୍ ସି ମିଳିଥାଏ ଯାହା ଶରୀରକୁ ଶକ୍ତି ଯୋଗାଇବାରେ ମଧ୍ୟ ସାହାଯ୍ୟ କରେ। ଏହା ବ୍ୟତୀତ ବ୍ରୋକୋଲି, ସିମଲା ଲଙ୍କା, କିୱି, କମଳା ଏବଂ ଷ୍ଟ୍ରବେରୀ ମଧ୍ୟ ଖାଇ ପାରିବେ।

Comments are closed.