Latest Odisha News

BREAKING NEWS

ଟ୍ରେନ୍ ଦୁର୍ଘଟଣା ହେଲେ କେମିତି ହେବ ଉଦ୍ଧାର କାର୍ଯ୍ୟ ? ଝାରସୁଗୁଡ଼ାରେ ରେଲୱେର ମକଡ୍ରିଲ୍

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ବଡ଼ ଧରଣର ରେଳ ଦୁର୍ଘଟଣା । ବଗି ଭିତରେ ଫସି ରହିଛନ୍ତି ଯାତ୍ରୀ । ଜୋରସୋରରେ ଚାଲିଛି ଉଦ୍ଧାର କାର୍ଯ୍ୟ । ସତ ଦୁର୍ଘଟଣା ଭଳି ଲାଗୁଥିବା ଏ ଦୃଶ୍ୟ ହେଉଛି ମକଡ୍ରିଲର । ଅକସ୍ମାକ ହେଉଥିବା ଟ୍ରେନ୍ ଦୁର୍ଘଟଣା ଓ ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟକୁ ନେଇ ଝାରସୁଗୁଡ଼ା ରେଳ ଷ୍ଟେସନରେ ଚକ୍ରଧରପୁର ଜିଭିଜନ ପକ୍ଷରୁ ମକଡ୍ରିଲ୍ କରାଯାଇଛି ।

ଦୁର୍ଘଟଣା ପରେ ତୁରନ୍ତ ରେଲୱେ ରେସ୍କ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାପ କାର୍ଯ୍ୟ ଆରମ୍ଭ କରିଥିଲେ । ଖବର ପାଇଁ ଏନଡିଆରଏଫ୍ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲା ।

ଟ୍ରେନ୍ ଦୁର୍ଘଟଣା ପରେ ଟ୍ରେନ୍ ଭିତରେ ଫସିଥିବା ଯାତ୍ରୀଙ୍କୁ ଉଦ୍ଧାର କରି ମେଡିକାଲ ନେବା । ଏବଂ ଏଥିରେ ଅନ୍ୟ ଏଜେନ୍ସିଙ୍କ ସହଭାଗିତା କିଭଳି ରହିବ ତାହା ମକଡ୍ରିଲରେ ଦର୍ଶାଯାଇଥିଲା । ଏହି ମକଡ୍ରିଲରେ ସ୍ଥାନୀୟ ଅଗ୍ନିଶମ ବିଭାଗ ସାମିଲ୍ ହୋଇଥିଲା । କୌଣସି ବଡ଼ ରେଳ ଦୁର୍ଘଟଣା ଘଟିଲେ ଏଭଳି ଭାବେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇ ପାରିବ ବୋଲି କହିଛନ୍ତି ମକଡ୍ରିଲରେ ସାମିଲ୍ ଅଧିକାରୀ ।

କିଛି ଦିନ ତଳେ ଧାରୁଆଡିହିରେ ମାଲବାହୀ ଟ୍ରେନ୍ ଦୁର୍ଘଟଣା । ଗତ ୧୮ତାରିଖରେ ଗୋନ୍ଦିଆ-ଝାରସୁଗୁଡ଼ା ପାସେଞ୍ଜର ଟ୍ରେନରେ ନିଆ ଲାଗିଥିଲା । ଦୁଇ ଦୁଇଟି ଦୁର୍ଘଟଣା ପରେ ଚକ୍ରଧରପୁର ରେଳ ଡିଭିଜନ ପକ୍ଷରୁ ମକଡ୍ରିଲ୍ କରାଯାଇଛି ।

Leave A Reply

Your email address will not be published.