Latest Odisha News

BREAKING NEWS

ଶୀତ ଋତୁ ଆରମ୍ଭରୁ ନିଅନ୍ତୁ ନିଜ ପାଦର ଯତ୍ନ

ଭୁବନେଶ୍ୱର: ଶୀତଋତୁ ଆରମ୍ଭ ହୋଇଗଲାଣି। ଏହି ଋତୁରେ ଦେହ ହାତ ଶୁଷ୍କ ହୋଇଯାଏ। ଦେହହାତ ସହ ଅନେକଙ୍କର ଗୋଇଠି ମଧ୍ୟ ଫାଟିଯାଏ। ଏହାଦ୍ୱାରା ଚାଲିବା ବେଳେ ଦରଜ ହେବା ସହ ରକ୍ତ ମଧ୍ୟ ବାହାରିଥାଏ।

ତେବେ ଶୀତ ଆରମ୍ଭରୁ ପାଦର ଯତ୍ନ ନେଲେ ଏଭଳି ସମସ୍ୟା ଉପୁଜେ ନାହିଁ।

ସାଧାରଣତଃ ଶୀତଦିନେ ପାଦ ଅଧିକ ମଇଳା ହୋଇଯାଏ। ତେଣୁ ଗୋଇଠି ଫାଟିଥାଏ। ତେଣୁ ଏହି ଦିନରେ ପାଦକୁ ସଫା ରଖିବାକୁ ଯଥାସମ୍ଭବ ଚେଷ୍ଟା କରନ୍ତୁ।

ପ୍ରତିଦିନ ଶୋଇବା ବେଳେ ଉଷୁମ ପାଣିରେ ଅଳ୍ପ ଲୁଣ, କିଛି ସାମ୍ପୋ ଗୋଳାଇ ପାଦକୁ ୧୫ ମିନିଟ୍‌ ଯାଏଁ ବୁଡ଼ାଇ ରଖନ୍ତୁ। ସ୍କ୍ରବର୍‌ ସାହାଯ୍ୟରେ ଓ ପ୍ୟୁମିକ୍‌ ଷ୍ଟୋନ୍‌ ସାହାଯ୍ୟରେ ପାଦକୁ ଘଷି ମୃତକୋଷ ସବୁ ବାହାର କରି ଦିଅନ୍ତି। ଏହାପରେ ପାଦକୁ ଭଲଭାବରେ ପୋଛି ମଶ୍ଚରାଇଜର ଲଗାଇ ଦିଅନ୍ତୁ। ଏହାପରେ ପଦରେ ସକ୍ସ ପିନ୍ଧି ନିଅନ୍ତୁ।

ଯଦି ଗୋଇଠି ଫାଟି ରକ୍ତ ବାହାରୁଛି, ତେବେ ଡାକ୍ତରଙ୍କ ସହିତ ଯୋଗାଯୋଗ କରିବା ଆବଶ୍ୟକ।

Comments are closed.