Latest Odisha News

BREAKING NEWS

ବଢୁଛି ଲଡୁ ବିବାଦ

ଅମରାବତୀ: ତିରୁପତି ମନ୍ଦିର ପ୍ରସାଦ ଲଡୁରେ ଘିଅ ବଦଳରେ ଫିସ ଅଏଲ ଓ ପଶୁ ଚର୍ବି ବ୍ୟବହାର ହେଉଥିବା ନେଇ ଅଭିଯୋଗ ପରେ ବଢିବାରେ ଲାଗିଛି ବିବାଦ । ଅଭିଯୋଗ ପରେ ବିବାଦ ଘନେଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡିଙ୍କ ଜାଣତରେ ଏସବୁ ହେଉଥିବ ବୋଲି ଅଭିଯୋଗ କରିଛି ଟିଡିପି । ଜଗନ ସରକାର ଥିଲା ବେଳେ ତେଲେଙ୍ଗାନାର ଏଆର ଡେଇରି ନାମକ କଂପାନିକୁ ଘିଅ ସପ୍ଲାଏ ପାଇଁ ଠିକା ଦିଆଯାଇଥିଲା । ସେହି କଂପାନିର ଘିଅ ଅପମିଶ୍ରିତ ବୋଲି ଏବେ ଅଭିଯୋଗ ଆସିଛି । ତିରୁପତି ମନ୍ଦିର ଟ୍ରଷ୍ଟ ଜୁଲାଇରେ ଲଡୁ ପ୍ରସ୍ତୁତି ପାଇଁ ଆସିଥିବା ଘିଅର ସ୍ୟାମ୍ପଲ ଗୁଜରାଟର ଏକ ଲ୍ୟାବକୁ ପରୀକ୍ଷା ପାଇଁ ପଠାଇଥିଲା । ସେହି ରିପୋର୍ଟ ସେପଟେମ୍ବର ୧୮ ତାରିଖରେ ଆସିଛି । ଏଆର ଡେଇରିର ଘିଅ ଅପମିଶ୍ରିତ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି । ଏହି ଲ୍ୟାବ ରିପୋର୍ଟ ଭିତ୍ତିରେ ଆନ୍ଧ୍ର ପ୍ରଦେଶର ଶାସକ ଟିଡିପି ପୂର୍ବର ଜଗନ ରେଡ୍ଡି ସରକାରକୁ ଘେରିଛି ।

ଏଆର ଡେଇିରର ସ୍ପଷ୍ଟୀକରଣ

୨୦୨୩ ଅଗଷ୍ଟ ମାସରେ ଜଗନ ସରକାର ତିରୁପତି ମନ୍ଦିରକୁ ଘିଅ ସପ୍ଲାଏ ପାଇଁ ଠିକା ଦେଇଥିଲେ । ଲଡୁ ପ୍ରସାଦ ପ୍ରସ୍ତୁତ ପାଇଁ ଘିଅରେ ପଶୁ ଚର୍ବି ଓ ଫିସ ଅଏଲ ଥିଲା ବୋଲି ଲ୍ୟାବ ରିପୋର୍ଟକୁ ଖାରଜ କରିଦେଇଛି ଏଆର ଡେଇରୀ । କମ୍ପାନି କହିଛି ଯେ, ରିପୋର୍ଟରେ ଆମର ନାଁ ନାହିଁ । ଲ୍ୟାବ ରିପୋର୍ଟରେ ଅନ୍ୟ କାରଣ ମଧ୍ୟ ଦର୍ଶାଯାଇଛି । ପଶୁ ଖାଦ୍ୟ ଓ ପଶୁ ଔଷଧ କାରଣରୁ ବି ଘିଅର ମାନ ଖରାପ ହୋଇପାରେ । ଲ୍ୟାବ ରିପୋର୍ଟରେ ଏଆର ଡେଇରିର ନାଁ ନାହିଁ । ରିପୋର୍ଟକୁ ଧ୍ୟାନପୂର୍ବକ ସମସ୍ତେ ପଢିବା ଦରକାର ବୋଲ କମ୍ପାନି ପକ୍ଷରୁ କୁହାଯାଇଛି । ରିପୋର୍ଟକୁ ଚ୍ୟାଲେଂଜ କରାଯାଇଛି ବୋଲି କହିଛି କମ୍ପାନି । ମାମଲାର ରାଜନୀତିକରଣ ହେଉଛି ବୋଲି କମ୍ପାନି କହିଛି ।

ଅପମିଶ୍ରିତ ଘିଅ ଅଭିଯୋଗର ଯାଂଚ କରୁଛନ୍ତି ଆନ୍ଧ୍ର ସରକାର

ଘିଅ ଅପମିଶ୍ରଣ ଅଭିଯୋଗର ଯାଂଚ ଆରମ୍ଭ କରିଛନ୍ତି ଆନ୍ଧ୍ର ସରକାର । ଏ ନେଇ ତିରୁମାଲା ତିରୁପତି ଦେବସ୍ଥାନମ-ଟିଟିଡିରୁ ବିସ୍ତ୍‌ୃତ ରିପୋର୍ଟ ମଗାଯାଇଥିବା କହିଛନ୍ତି ଆନ୍ଧ୍ର ପ୍ରଦେଶର ସ୍ୱାସ୍ଥ୍ୟ ଓ ଖାଦ୍ୟ କମିଶନର । ଏଆର ଡେଇରି ପୂର୍ବରୁ କର୍ଣ୍ଣାଟକର କୋଅପରେଟିଭ ମିଲ୍‌କ ଫେଡେରେସନ -କେଏମଏଫ କମ୍ପାନି ନନ୍ଦିନୀ ବ୍ରାଣ୍ଡ୍ ଟିଟିଡିକୁ ଲଡୁ ପ୍ରସ୍ତୁତି ପାଇଁ ଘିଅ ଯୋଗାଉଥିଲା । ଏବେ ଅପମିଶ୍ରଣ ଅଭିଯୋଗ ପରେ ଏଆର ଡେଇରିକୁ ନାଇଡୁ ସରକାର କଳା ତାଲିରାଭୁକ୍ତ କରି ପୁଣି ନନ୍ଦିନୀ ବ୍ରାଣ୍ଡକୁ ଘିଅ ଯୋଗାଇବା ଦାୟିତ୍ୱ ଦେଇଛନ୍ତି ।

ହାଇକୋର୍ଟର ଦ୍ୱାରସ୍ତ ହେଲା ୱାଇଏସଆର

ତିରୁପତି ମନ୍ଦିର ଲଡୁରେ ପଶୁ ଚର୍ବି ମିଶାଯାଉଥିବା ଅଭିଯୋଗ କରି ପୂର୍ବର ଜଗନ ସରକାରକୁ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ଦାୟୀ କରିଛନ୍ତି । ନାଇଡୁଙ୍କ ଅପମିଶ୍ରଣ ଦାବିର ଯାଂଚ କରିବାକୁ ହାଇକୋର୍ଟରେ ଅପିଲ କରିଛି ଜଗନଙ୍କ ୱାଇଏସଆର କଂଗ୍ରେସ । ହାଇକୋର୍ଟର ତଦାରଖରେ ଅଭିଯୋଗର ଯାଂଚ କରିବାକୁ ଦାବି କରିଛି ଦଳ ।

Leave A Reply

Your email address will not be published.