Latest Odisha News

BREAKING NEWS

କେସ ପ୍ରତ୍ୟାହାରା ପାଇଁ ଟିଏମସି ନେତାଙ୍କ ଧମକ, ନିଜ ଦେହରେ ନିଆଁ ଲଗାଇଦେଲେ ପୀଡ଼ିତା

କୋଲକାତା: ପଶ୍ଚିମବଙ୍ଗରେ ବଢି ଚାଲିଛି ଟିଏମସି ନେତାଙ୍କ ଦୌରାତ୍ମ୍ୟ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ଦଳର ନେତାଙ୍କ ବିରୋଧରେ ବଢି ଚାଲିଛି ହିଂସା, ଦୁଷ୍କର୍ମ ଭଳି ଜଘନ୍ୟ ଅପରାଧିକ ମାମଲା । ଜଣେ ଆଦିବାସୀ ଝିଅଙ୍କୁ ଟିଏମସି ନେତାଙ୍କ ଭାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୀଡିତା ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହେବା ପରେ ଅଭିଯୁକ୍ତ ମାମଲା ପ୍ରତ୍ୟାହାର ପାଇଁ ଧମକ ଦେଇଛି । ଆଉ ପୀଡିତା ଭୟରେ ନିଜ ଶରୀରରେ ନିଆଁ ଲଗାଇ ଦେଇଛି । ଏବେ ସେ ଗୁରୁତର ଭାବେ ହସ୍ପିଟାଲରେ ଚିକିତ୍ସାଧୀନ ରହିଛି। ପଶ୍ଚିମବଙ୍ଗର ନଦୀଆ ଜିଲ୍ଲାରେ ଘଟିଥିବା ଏହି ଦୁଷ୍କର୍ମ ଘଟଣା ପୁଣି ଥରେ ଶାସକ ଦଳକୁ କାଠ ଗଡାରେ ଛିଡା କରିଛି।

ଅନ୍ୟପଟେ କିନ୍ତୁ ଅଭିଯୁକ୍ତ ଅଜୟ ରୟ ଏବଂ ତାର ଭାଇ ବିଜୟ ରୟ (ଉଭୟ ଟିଏମସି କର୍ମୀ) ଗିରଫ ହୋଇଛନ୍ତି। ଏବେ ପୀଡିତା ଜଣଙ୍କ ସିଲିଗୁଡି ସହରର ଏକ ସରକାରୀ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି।

ମିଳିଥିବା ସୂଚନା ଅନୁସାରେ ଏହି ଘଟମା ଜଲପାଇଗୁଡି ଜିଲ୍ଲାର ମୟନଗୁଡିର ବୋଲି ଜଣାପଡିଛି। ଦୁଷ୍କର୍ମ ଶିକାର ପୀଡିତା ଜଣକ ଟିଏମସି ନେତାଙ୍କ ଭାଇଙ୍କ ଦ୍ୱାରା ବାରମ୍ବାର ଧମକ ପାଇବା ପରେ ନିଜ ଦେହରେ ନିଆଁ ଲଗାଇ ଦେଇଥିବାର ଅଭିଯୋଗ ହୋଇଛି। ନାବାଳିକାର ପିତା ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି ଯେ ଡାକ୍ତରମାନେ କହିଛନ୍ତି ଯେ ତାଙ୍କ ଝିଅର ଶରୀରର ଅନେକ ଅଂଶ ପୋଡି ଯାଇଛି। ସେ ଅଭିଯୋଗ କରିଛନ୍ତି ଯେ ଅଜୟ ରୟ ଫେବୃଆରୀ 28ରେ ନାବାଳିକାଙ୍କୁ ବଳାତ୍କାର କରିବାକୁ ଚେଷ୍ଟା କରିଥିଲେ।

ପୀଡିତାଙ୍କ ବାପା କହିଛନ୍ତି, ଆମେ ପୋଲିସ ନିକଟରେ ଅଭିଯୋଗ କରିବା ପରେ ଧମକ ପାଇଥିଲୁ। ଅଭିଯୁକ୍ତମାନେ କୋର୍ଟର ଦ୍ୱାରସ୍ଥ ହୋଇ ଜାମିନ ପାଇଥିଲେ। ବୁଧବାର ଯେତେବେଳେ ତାଙ୍କ ଝିଅ ଘରେ ଏକୁଟିଆ ଥିଲେ ହାଠତ ଦୁଇଜଣ ଯୁବକ ତାଙ୍କ ଘରକୁ ଆସି ଅଜୟଙ୍କ ବିରୋଧରେ ଅଭିଯୋଗ ପ୍ରତ୍ୟାହାର ନକଲେ ତାଙ୍କୁ ଏବଂ ପୁରା ପରିବାରକୁ ହତ୍ୟା କରିବାକୁ ଧମକ ଦେଇଥିଲେ। ଏହାପରେ ପୀଡିତା ଡରି ଯାଇଥିଲା । ପରେ ଗୁରୁବାର ଦିନ ନିଆଁ ଲଗାଇ ଦେଇଥିଲା ନିଜ ଶରୀରରେ

Comments are closed.