Latest Odisha News

BREAKING NEWS

ରାଜସ୍ଥାନ ଦଙ୍ଗାରେ ୧୫ ଜଣ ପୁରୁଷଙ୍କ ଜୀବନ ବଞ୍ଚାଇଲେ ଏକାକୀ ମହିଳା

ଭୁବନେଶ୍ୱର: ଜଣେ ମହିଳା ଏକାକୀ ବଞ୍ଚେଇଲେ ୧୫ ପୁରୁଷଙ୍କ ଜୀବନ । ଦଙ୍ଗାକାରୀ ଉତ୍ତେଜିତ ଭିଡ଼ ଆଗରେ ଠିଆ ହେଇଗଲେ ଏହି ମହିଳା । ରାଜସ୍ଥାନ କରୌଲିରେ ହିନ୍ଦୁ-ମୁସଲମାନ ଦଙ୍ଗାରେ ଏମିତି ସାହସୀ ଖବର ଦେଖିବାକୁ ମିଳିଛି । ଏପ୍ରିଲ ୨ରେ ସଂଗଠିତ ଦଙ୍ଗାରେ ପ୍ରାୟ ୧୫-୧୬ ଜଣ ମୁସଲମାନଙ୍କ ଜୀବନ ବଞ୍ଚାଇଛନ୍ତି ୪୮ ବର୍ଷୀୟା ମଧୁଲିକା ସିଂ ।

ଦଙ୍ଗା ସମୟରେ ଅପର ଗୋଷ୍ଠୀର ଲୋକେ ଯେତେେବେଳ ବଜାରରେ ହିଂସା ଉସୁକାଉଥିଲେ, ସେ ସମୟରେ ଦୁଇ ସଂପ୍ରଦାୟ ଭିତରେ ମାରପିଟ ଆରମ୍ଭ ହୋଇଯାଇଥିଲା । ହଠାତ୍ କିଛି ଲୋକ ମଧୁଲିକାଙ୍କ ଶାଢ଼ୀ ଦୋକାନକୁ ପଶି ଆସିଲେ । ସେମାନଙ୍କ ଭୟାତୁର ଅବସ୍ଥା ଦେଖି ମଧୁଲିକା ସ୍ଥିତି ବୁଝି ପାରିଥିଲେ । ଅନ୍ୟ ସବୁ ଦୋକାନ ସଟର ପକାଇ ଖସିଗଲେ । ମଧୁଲିକା ସଙ୍ଗେସଙ୍ଗେ ମାର୍କେଟ କମ୍ପେ୍ଲକ୍ସ ଗେଟ୍ ବନ୍ଦ କରିଦେଇଥିଲେ । ଏବଂ ଭୟାତୁର ୧୫ ଜଣ ପୁରୁଷଙ୍କୁ ଦୋକାନ ଭିତରେ ରହିବାକୁ କହିଥିଲେ ।

ଇାହାରେ ଦଙ୍ଗା ଚାଲୁଥିଲା ବେଳେ ମଧୁଲିକା ନିଡର ଭାବେ ଦୋକାନ ଆଗେ ଠିଆ ହୋଇ ସେମାନଙ୍କ ଜୀବନ ବଞ୍ଚାଇଥିଲେ । ସେମାନଙ୍କୁ ଚିନ୍ତିତ ନ ହେବାକୁ କହି ପାଣି ଓ ଚା ବ୍ୟବସ୍ଥା କରିଥିଲେ । ଦଙ୍ଗା କମିବା ଯାଏଁ ମଧୁଲିକା ସେମାନଙ୍କୁ ଦୋକାନରେ ସୁରକ୍ଷିତ ଭାବେ ରହିବାକୁ ଦେଇଥିଲେ । ଏହି ଖବର ସହରରେ ଖେଳିବା ପରେ ସମସ୍ତେ ମଧୁଲିକାଙ୍କ ପ୍ରଶଂସା କରିବା ସହ ରାଜ୍ୟ ସାରା ତାଙ୍କ ସାହସକୁ ନେଇ ଚର୍ଚ୍ଚା ହୋଇଥିଲା ।

କେବଳ ଏତିକି ନୁହେଁ ପାଖରେ ଏକ ଦୋକାନରେ ନିଅାଁ ଲାଗିଥିବା ଦେଖି ଅନ୍ୟ ମହିଳାମାନଙ୍କ ସହ ମିଶି ବାଲଟିରେ ପାଣି ଆଣି ନିଆଁ ଲିଭାଇବାକୁ ଉଦ୍ୟତ ଥିଲେ । କିଛି ବର୍ଷ ଆଗରୁ ମଧୁଲିକାଙ୍କ ପତି ପ୍ରାଣ ହରାଇଛନ୍ତି । ଦୁଇ ପିଲାଙ୍କ ପରିବାରକୁ ନେଇ ସେ ଏହି ଶାଢ଼ୀ ଦୋକାନ କରି ଚଳନ୍ତି ।

Leave A Reply

Your email address will not be published.