Latest Odisha News

BREAKING NEWS

ଆଜି ରାଜ୍ୟରୁ କରୋନାରୁ ୬୭୮୫ ଜଣ ସୁସ୍ଥ, ଭୁବନେଶ୍ୱରରୁ ୧୪୧୪ ଜଣ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରୁ କରୋନା ସଂକ୍ରମଣରୁ ଆଜି ୬୭୮୫ ଜଣ ସୁସ୍ଥ ହୋଇଛନ୍ତି । ସର୍ବଧିକ ସୁନ୍ଦରଗଡ଼ ଜିଲ୍ଲାରୁ ୧୩୪୮ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୮୦ ହଜାର ୫୬୨ରେ ପହଞ୍ଚିଛି ।

ଖୋର୍ଦ୍ଧା ଜିଲ୍ଲାରୁ ୯୮୬, କଟକରୁ ୮୪୯, ସମ୍ବଲପୁରରୁ ୫୭୦, ମୟୁରଭଞ୍ଜରୁ ୪୨୩, ନୟାଗଡ଼ରୁ ୨୬୬, ଝାରସୁଗୁଡ଼ାରୁ ୧୮୮, ବଲାଙ୍ଗୀରରୁ୧୮୩, କଳାହାଣ୍ଡିରୁ ୧୭୫, ପୁରୀରୁ ୧୫୬, ସୋନପୁରରୁ, ୧୪୩, ଗଞ୍ଜାମରୁ ୧୨୪, କୋରାପୁଟରୁ, ୧୨୪, ବାଲେଶ୍ୱରରୁ ୧୨୩, ରାୟଗଡ଼ାରୁ ୧୧୮, ନବରଙ୍ଗପୁରରୁ ୧୧୪, ଜଗତସିଂହପୁରରୁ ୧୦୫, କେନ୍ଦ୍ରାପଡ଼ାରୁ ୭୪, ଗଜପତିରୁ ୭୧, ଯାଜପୁରୁ ୬୬, ଭଦ୍ରକରୁ ୫୯, ଢେଙ୍କାନାଳରୁ ୫୮, ବରଗଡ଼ରୁ ୫୬, ଅନୁଗୁଳରୁ ୪୪, କନ୍ଧମାଳରୁ ୩୩, କେନ୍ଦୁଝରରୁ ୩୧, ବୌଦ୍ଧରୁ ୨୭, ଦେବଗଡ଼ରୁ ୨୫, ମାଲକାନଗିରିରୁ ୨୦ ଓ ରାଜ୍ୟ ପୁଲ୍ରୁ ୨୨୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଅନ୍ୟପଟେ ଆଜି ରାଜଧାନୀରେ ବଢିବାରେ ଲାଗି କରୋନା ସଂକ୍ରମଣଙ୍କ ସଂଖ୍ୟା । ଆଜି ରାଜଧାନୀରେ ୧୪ ଶହ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ଭୁବନେଶ୍ୱରରେ ୧୪୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୩୩ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି ।<

/p>

ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୪୪ଜଣ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୩୭୦ ଜଣ ରହିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜଧାନୀରୁ ୧୩୭୭୧୨ଜଣ ଚିହ୍ନଟ ହୋଇଛନ୍ତି ଏବଂ ୧୨୬୪୦୯ ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ସୂଚନା ଦିଆଯାଇଛି । ଭୁବନେଶ୍ବରରେ ୧୦୧୭୭ ଜଣ ସକ୍ରିୟ କରୋନା ଆକ୍ରାନ୍ତ ଥିବା ବେଳେ ୧୧୦୫ଜଣଙ୍କର ମୃତ୍ୟୁ ହୋଇଛି।

Comments are closed, but trackbacks and pingbacks are open.