Latest Odisha News

ଆଜି କରୋନାରୁ ସୁସ୍ଥ ହେଲେ ୬୦୬୭ ଜଣ

ଭୁବନେଶ୍ୱର: ରାଜ୍ୟରେ ଆଜି ୬ହଜାର ୬୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୮୬ ଜଣ ଅଛନ୍ତି। ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୧୫ହଜାର ୩୮୦ରେ ପହଞ୍ଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ଏହି ସୂଚନା ଦିଆଯାଇଛି।

ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ୫୪୪, ବାଲେଶ୍ୱରରୁ ୪୯୫, କଟକରୁ ୩୯୩, ନୂଆପଡ଼ାରୁ ୩୦୭, ନୟାଗଡ଼ରୁ ୨୦୮, ଯାଜପୁରରୁ ୨୦୩, କଳାହାଣ୍ଡିରୁ ୧୭୬, ମୟୂରଭଂଜରୁ ୧୪୭ ଓ ବରଗଡ଼ରୁ ୧୪୧, କେନ୍ଦୁଝରରୁ ୧୪୦, ସମ୍ବଲପୁରରୁ ୧୩୮, ବଲାଙ୍ଗୀରରୁ ୧୩୩, ନବରଂଗପୁରରୁ ୧୨୯, କୋରାପୁଟରୁ ୧୨୧, ଗଜପତିରୁ ୧୦୬, ଭଦ୍ରକରୁ ୯୫, ଅନୁଗୁଳରୁ ୯୪, ବୌଦ୍ଧରୁ ୮୭, କନ୍ଧମାଳରୁ ୮୩, ରାୟଗଡ଼ାରୁ ୭୭, ଗଂଜାମରୁ ୭୫, ଢେଙ୍କାନାଳ, ଜଗତସିଂହପୁରରୁ ୭୩, ପୁରୀରୁ ୬୧, ମାଲକାନଗିରିରୁ ୫୫, ଝାରସୁଗୁଡ଼ାରୁ ୪୫, କେନ୍ଦ୍ରାପଡ଼ାରୁ ୩୩, ସୁବର୍ଣ୍ଣପୁରରୁ ୨୬, ଦେବଗଡ଼ରୁ ୨୪ ଓ ରାଜ୍ୟପୁଲରୁ ୨୯୯ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।

ସୂଚନାଯୋଗ୍ୟ ରାଜ୍ୟରେ ଆଜି ୩୪୫୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

 

Comments are closed.