Latest Odisha News

BREAKING NEWS

ଆଜି ରାଜ୍ୟରୁ ୧୦ ହଜାରରୁ ଅଧିକ କରୋନା ସଂକ୍ରମିତ ସୁସ୍ଥ

ଭୁବନେଶ୍ୱର: ଆଜି ରାଜ୍ୟରୁ ୧୦,୨୬୭ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । କରୋନା ଆକ୍ରାନ୍ତଙ୍କ ତୁଳନାରେ ଆଜି ସୁସ୍ଥଙ୍କ ସଂଖ୍ୟା ବଢିଛି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୮୨୯ ଜଣ ଅଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ସ୍ୱାସ୍ଥ୍ୟ ବିଭାଗ ଅନୁସାରେ, ଆଜି ସୁନ୍ଦରଗଡ଼ରୁ ୯୩୨, କଟକରୁ ୭୬୬, କଳାହାଣ୍ଡିରୁ ୪୬୨, ବାଲେଶ୍ୱରରୁ ୨୯୦, ଯାଜପୁରରୁ ୨୮୯, ବଲାଙ୍ଗୀରରୁ ୨୧୮, ନୂଆପଡ଼ାରୁ ୧୯୪, ମୟୂରଭଂଜରୁ ୧୭୯ ଓ ନବରଂଗପୁରରୁ ୧୬୭, ନୟାଗଡ଼ରୁ ୧୬୬, ବରଗଡ଼, ପୁରୀରୁ ୧୪୫, ଜଗତସିଂହପୁରରୁ ୧୪୪, ଅନୁଗୁଳରୁ ୧୪୩, କୋରାପୁଟରୁ ୧୨୯, ଭଦ୍ରକରୁ ୧୨୮, ସମ୍ବଲପୁରରୁ ୧୨୫, କେନ୍ଦ୍ରାପଡ଼ାରୁ ୧୦୮, କନ୍ଧମାଳରୁ ୧୦୫, କେନ୍ଦୁଝରରୁ ୧୦୧, ଝାରସୁଗୁଡ଼ା, ମାଲକାନଗିରିରୁ ୯୯, ଗଜପତିରୁ ୯୬, ସୁବର୍ଣ୍ଣପୁରରୁ ୭୯, ଗଂଜାମରୁ ୬୨, ଦେବଗଡ଼, ରାୟଗଡ଼ାରୁ ୫୫ ଲେଖାଏଁ, ବୌଦ୍ଧରୁ ୪୨, ଢେଙ୍କାନାଳରୁ ୩୮ ଓ ରାଜ୍ୟପୁଲରୁ ୮୭୭ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।

ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୮୪ହଜାର ୧୭୪ରେ ପହଞ୍ଚିଛି।

Comments are closed, but trackbacks and pingbacks are open.