Latest Odisha News

BREAKING NEWS

ସାଇ ଇଣ୍ଟରନ୍ୟାସନାଲ ସ୍କୁଲରେ ବିଶ୍ୱସ୍ତରୀୟ ବିତର୍କ ପ୍ରତିଯୋଗୀତା

ଭୁବନେଶ୍ୱର: ବିଶ୍ୱସ୍ତରୀୟ ବିତର୍କ ପ୍ରତିଯୋଗୀତାକୁ ନେଇ ଚର୍ଚ୍ଚାରେ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ । ଭର୍ଚୁଆଲ୍ ମାଧ୍ୟମରେ ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗୀତରେ ଭାରତରୁ ତଥା ଚାଇନା, ୟୁଏଇ, ଡାପାନ, ପାକିସ୍ତାନ, ଦକ୍ଷିଣ ଆପ୍ରିକା, ଉଗାଣ୍ଡା, ରୁଆଣ୍ଡା, ମରୋକ୍କୋ ଓ କେନିଆ ଦେଶର ଛାତ୍ରଛାତ୍ରୀ ଭାଗ ନେଇଥିଲେ । ସେହିଭଳି ଭାରତର ପ୍ରାୟ ୪୯ଟି ସ୍କୁଲର ଛାତ୍ରଛାତ୍ରୀ ମଧ୍ୟ ସାମିଲ ଥିଲେ ।

ସମାରୋହରେ ମୁଖ୍ୟ ଅତିଥି ଭାବେ ବ୍ରିଟିଶ୍ ହାଇକମିଶନର ଟୁ ଇଣ୍ଡିଆର ଆଲେକ୍ସ ଏଲିକ୍ସ ଯୋଗ ଦେଇଥିଲେ । ସେହିଭଳି ମୁଖ୍ୟ ବକ୍ତା ଭାବେ ୱାର୍ଲଡ୍ ସ୍କୁଲ୍ ଅଫ୍ ଡିବେଟିଂ ଚାମ୍ପିଅନସିପର ଚେୟାରମ୍ୟାନ ହେମନ୍ତ ଭରତ ଚକ୍ରବର୍ତ୍ତୀ ଓ ସମ୍ମାନୀୟ ଅତିଥି ଭାବେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଚେୟାର୍ ପର୍ସନ୍ ଡଃ ଶିଳ୍ପୀ ସାହୁ ଯୋଗ ଦେଇଥିଲେ ।

ଏହି ବିତର୍କର ବିଷୟବସ୍ତୁଗୁଡ଼ିକ ମଧ୍ୟରେ ବିଦ୍ୟାଳୟ ଶିକ୍ଷାର ଭବିଷ୍ୟତ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ବିକାଶ ମାନବିକତାକୁ ସାହାଯ୍ୟ କରିବ, ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ଭୂମିକା, ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ସାଇବର ସୁରକ୍ଷା, ଇଣ୍ଟରନେଟ୍‌ର ମାତ୍ରାଧିକ ବ୍ୟବହାର, ଜଳବାୟୁ ପରିବର୍ତ୍ତନ ପୂର୍ବରୁ ପ୍ରତ୍ୟାବର୍ତ୍ତନଯୋଗ୍ୟ, ମାନବ ଜୀବନଶୈଳୀର ମାନବୃଦ୍ଧିରେ ରୋବଟର ଭୂମିକା, କାର୍ବନ ଫୁଟପ୍ରିଣ୍ଟ ହ୍ରାସ କରିବାରେ ମହାମାରୀର ଭୂମିକା ଆଦି ବିଷୟଗୁଡ଼ିକ ରହିଥିଲା । ଦୁଇ ରାଉଣ୍ଡ ବିଚାର ବିମର୍ଷ ପରେ ବିଜେତା ଘୋଷଣା କରାଯାଇଥିଲା । ସେଗୁଡ଼ିକର ସଠିକତା, ବିଷୟବସ୍ତୁ, ସ୍ୱଚ୍ଛତା, ଶରୀର ଭାଷା, ଅଭିବ୍ୟକ୍ତି ଏବଂ ଅନ୍ୟାନ୍ୟ ଦିଗ ଉପରେ ବିଚାର କରାଯାଇଥିଲା ।

ଏହି ଅବସରରେ ଆଲେକ୍ସ ଏଲିକ୍ସ କହିଥିଲେ ଯେ, ବିଶ୍ୱସ୍ତରୀୟ ସମସ୍ୟାର ବିଶ୍ୱସ୍ତରୀୟ ସମାଧାନର ଆବଶ୍ୟକତା ରହିଛି ଏହାକୁ ବିଚାରବିମର୍ଷ ଏବଂ ଆଲୋଚନା ଓ ମିଳିତ ମଞ୍ଚ ବା ସଂଗଠନ ଦ୍ୱାରା ସମାଧାନ କରାଯାଇପାରିବ ।

ସେହିପରି ମୁଖ୍ୟ ବକ୍ତା ଶ୍ରୀ ଚକ୍ରବର୍ତ୍ତୀ ବିତର୍କ ଏବଂ ସମାଜରେ ଏହାର ଭୂମିକା ଉପରେ କହିବା ସହ ବିତର୍କ କୌଶଳର ବିକାଶ ପାଇଁ କହିବା ଏବଂ ଲେଖିବା ଦକ୍ଷତା ଉପରେ ଗୁରୁତ୍ୱାରୋପ କରିଥିଲେ ।

ସାଇ ଇଣ୍ଟରନ୍ୟାସନାଲ୍‌ର ଚେୟାରପର୍ସନ ଡଃ ଶିଳ୍ପୀ ସାହୁ ଏହି ଅବସରରେ କହିଥିଲେ ଯେ, ସ୍କୁଲ ଶିକ୍ଷା କ୍ଷେତ୍ରରେ ବିଶ୍ୱସ୍ତରୀୟ ବିତର୍କର ଅଭିଜ୍ଞତା ଛାତ୍ରଛାତ୍ରୀମାନଙ୍କୁ ଏକ ଆନ୍ତର୍ଜାତୀୟ ନାଗରିକତ୍ୱ ଗ୍ରହଣ କରିବାରେ ସାହାଯ୍ୟ କରିବା ସହିତ ସାରା ପୃଥିବୀ ଗୋଟିଏ ପରିବାର ସଦୃଶ ବୋଲି ବର୍ଣ୍ଣନା କରିଥିଲେ ।

Comments are closed, but trackbacks and pingbacks are open.