ପଦ୍ମପୁର : ପଦ୍ମପୁର ପୋଲିଂ ପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି । ୫ ତାରିଖରେ ପଡିବ ପଦ୍ମପୁର ଭୋଟ୍ । ସକାଳ ୭ଟାରୁ ୪ଟା ଯାଏଁ ଭୋଟିଂ ହେବ । ଆଜି ଡେସପାଚ୍ ହେବ ଇଭିଏମ୍ ବା ଭିଭିପାଟ୍ । ପୋଲିଂ ପାର୍ଟି ବି ବୁଥ୍ ଅଭିମୁଖେ ଯିବେ । ୩୧୯ ବୁଥରେ ମୋଟ ୨,୫୭,୪୭୪ ଭୋଟର କରିବେ ମତଦାନ । ପୁରୁଷ ଭୋଟରଙ୍କ ସଂଖ୍ୟା ୧,୨୯, ୪୯୭ ଓ ମହିଳା ଭୋଟରଙ୍କ ସଂଖ୍ୟା ୧,୨୭,୫୬୫ । ଏଥିରୁ ୩୪ଟି ବୁଥ୍ ମାଓପ୍ରବଣ ରହିଥିବା ବେଳେ ୭୮ଟି ବୁଥ୍ ସମ୍ୱେଦନଶୀଳ ବୋଲି ଜଣାପଡିଛି । ଭୋଟ୍ ଦିନ ୯ କମ୍ପାନୀ ସିଆରପିଏଫ୍ ନିୟୋଜିତ ହେବେ । ୫୦ ପ୍ରତିଶତ ବୁଥରେ ଓ୍ୱେବ କାଷ୍ଟ ହେବ । ୨ ଦିନ ତଳେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପଦ୍ମପୁର ଗସ୍ତ କରି ବ୍ୟବସ୍ଥାର ସମୀକ୍ଷା କରିସାରିଛନ୍ତି । ତେବେ ସୁରୁଖୁରୁ ଓ ସ୍ୱଚ୍ଛ ଭୋଟିଂ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଛି । ୮ତାରିଖରେ ନିର୍ବାଛନ ଫଳାଫଳ ପ୍ରକାଶ ପାଇବ ।
BREAKING NEWS
- ଟାଇଗର ଶ୍ରଫଙ୍କ ଉପରେ ଗୁଳିମାଡ଼: ସେଲିବ୍ରିଟିଙ୍କ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିବେ ମହାରାଷ୍ଟ୍ର ସରକାର; କାର୍ଯ୍ୟାନୁଷ୍ଠାନ ଦାବି କଲା AICWA
- ୧୭ରୁ ଅଧିକ ମାମଲାରେ ସଂପୃକ୍ତ ଦୁର୍ଦ୍ଦାନ୍ତ ଅପରାଧୀ ବଣ୍ଟି ପ୍ରସାଦକୁ ଏନ୍କାଉଣ୍ଟର
- Weather Update: ଦଶହରାରେ ଖରାପ ହେବନି ପାଣିପାଗ, ବର୍ଷାରେ ଭିଜିପାରେ କୁମାର ପୂର୍ଣ୍ଣିମା
- କୋଲକାତା ଟ୍ରେଜେଡି: ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ, ରିମାଣ୍ଡରେ ୭ ଅଭିଯୁକ୍ତ
- ଦୁର୍ଗାପୂଜା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ଆଇଜି; ୧,୨୪୩ଟି ପୂଜା ମଣ୍ଡପରେ…
- ଲସ୍ ଆଞ୍ଜେଲସରେ ହେବ ‘ରାମାୟଣ’ର ୱାର୍ଲ୍ଡ ପ୍ରିମିୟର
- ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେଙ୍କୁ ମୁମ୍ବାଇର ‘ଶିବତୀର୍ଥ’ ବାସଭବନରେ ଭେଟିଲେ ଅଭିନେତା ଆମିର ଖାଁ
- ରଣଜୀ ଟ୍ରଫି: ଓଡ଼ିଶାର ଭଲ ଆରମ୍ଭ ପରେ ମଜବୁତ ସ୍ଥିତିକୁ ଫେରିଲା କେରଳ, ସଚିନ୍ ବେବିଙ୍କ ଶତକ
- ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କ କାରକୁ ଗୁଳିମାଡ଼
- ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ ୨ୟ ଟେଷ୍ଟ୍ରେ ୧୦୦ ବର୍ଷର ଐତିହାସିକ ରେକର୍ଡ

Comments are closed.