Latest Odisha News

BREAKING NEWS

ଗୀତା କପରୁଙ୍କ ଜନ୍ମଦିନ, ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସର ଭାବେ କ୍ୟାରିୟର ଆରମ୍ଭ କରିଥିଲେ ଗୀତା ମାଆ

ମୁମ୍ବାଇ: ଆଜି ପ୍ରସିଦ୍ଧ କୋରିଓଗ୍ରାଫର ଗୀତା କପୁରଙ୍କ ୫୦ତମ ଜନ୍ମଦିନ। ୧୯୭୩ ମସିହା ଜୁଲାଇ ୫ ତାରିଖ ଦିନ ସେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ଫିଲ୍ମ ଇଣ୍ଡଷ୍ଟ୍ରିରେ ସମସ୍ତଙ୍କ ପ୍ରିୟ ଗୀତା ମାଆଙ୍କ ଯାତ୍ରା ସହଜ ନଥିଲା। ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସରରୁ ପ୍ରସିଦ୍ଧ କୋରିଓଗ୍ରାଫର ଯାତ୍ରା ତାଙ୍କର ବହୁତ ସଂଘର୍ଷମୟୀ ଥିଲା। କିନ୍ତୁ ବର୍ତ୍ତମାନ ସେ ଇଣ୍ଡଷ୍ଟ୍ରିରେ ଖ୍ୟାତି ଅର୍ଜନ କରିଛନ୍ତି। ଗୀତା ମାଆ ଏବେ ଇଣ୍ଡିଆ ବେଷ୍ଟ ଡ୍ୟାନ୍ସର ସିଜିନ ୪ ରେ ଜଜ୍ ଭୂମିକାରେ ଟିଭିରେ ନଜର ଆସୁଛନ୍ତି। ଏହା ବ୍ୟତିତ ସେ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ, ସୁପର ଡ୍ୟାନ୍ସର୍ ଭଳି ରିଆଲିଟି ସୋର ଜଜ୍ ହୋଇସାରିଛନ୍ତି।

କୁହାଯାଏ ଗୀତା ପିଲାଦିନରୁ ନୃତ୍ୟଶିଳ୍ପୀ ହେବାର ସ୍ୱପ୍ନ ଦେଖି ନଥିଲେ। ବାସ୍ତବରେ ସେ ଜଣେ ଏୟାର ହୋଷ୍ଟେସ୍ ହେବାକୁ ଚାହୁଁଥିଲେ। କିନ୍ତୁ ତାଙ୍କର ଦୃଷ୍ଟିଶକ୍ତି ଦୁର୍ବଳ ଥିବା ଯୋଗୁଁ ତାଙ୍କୁ ଏୟାର ହୋଷ୍ଟେସ୍ ତିନିଥର ପ୍ରତ୍ୟାଖ୍ୟାନ କରାଯାଇଥିଲା। ଏହା ପରେ ସେ ନୃତ୍ୟର ରାସ୍ତା ବାଛିନେଇଥିଲେ। ଗୀତାଙ୍କୁ ଏୟାର ହୋଷ୍ଟେସରେ ଚାକିରି ନମିଳିବାରୁ ବାଧ୍ୟ ହୋଇ ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସର ହୋଇଥିଲେ। ସେହି ସମୟରେ ତାଙ୍କ ପିତା ଅସୁସ୍ଥ ହୋଇପଡିଥିଲେ। ଏଭଳି ପରିସ୍ଥିତିରେ ସେ ନିଜ ମାଆଙ୍କର ଦାୟିତ୍ୱ ନେବା ପାଇଁ କୋରିଓଗ୍ରାଫର ହୋଇଥିଲେ। କିନ୍ତୁ ଏହା ପରେ ସେ ସଫଳ ପାଇନଥିଲେ। ତାଙ୍କର କୋରିଓଗ୍ରାଫ୍ ସେହି ସମୟରେ ଫ୍ଲପ୍ ହୋଇଥିଲା। ଏହା ପରେ ସେ ଫରାହ ଖାନଙ୍କ ଟିମ୍‌ରେ ଯୋଗ ଦେଇଥିଲେ। ଫରାହ ଖାନଙ୍କଠାରୁ ନୃତ୍ୟର କୌଶଳ ଶିଖିବା ପରେ ଗୀତା ପୁଣି କୋରିଓଗ୍ରାଫିରେ ନିଜର କ୍ୟାରିୟର ବନେଇବା ଆରମ୍ଭ କଲେ ଏବଂ ଧିରେ ଧିରେ ସଫଳତାର ପାହାଚ ଚଢିବାକୁ ଲାଗିଲେ।

ଯେତେବେଳେ ଗୀତା ଫରାହ ଖାନଙ୍କ ସହ ଯୋଗ ଦେଇଥିଲେ, ସେତେବେଳେ ତାଙ୍କୁ ମାତ୍ର ୧୫ ବର୍ଷ ହୋଇଥିଲା। ପ୍ରଥମେ ସେ ‘ତୁଝେ ୟାଦ ନା ମେରୀ ଆଏ’ ଏବଂ ‘ଗୋରି ଗୋରି’ ପରି ଗୀତରେ ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସର ଭାବରେ ଅଭିନୟ କରିଥିଲେ। ଏହା ପରେ ସେ ଫରାହ ଖାନଙ୍କୁ ମୋହବତେଁ, କାଲ ହୋ ନା ହୋ, କଭି ଖୁସି କଭି ଗମ୍, ମେଁ ହୁଁ ନା ଏବଂ ଓମ୍ ଶାନ୍ତି ଓମ୍ ଇତ୍ୟାଦି ଚଳଚ୍ଚିତ୍ରରେ ସାହାଯ୍ୟ କରିଥିଲେ। ଏଥି ସହିତ, ଫିଜା, ସାଥିଆ, ହେ ବେବି ଏବଂ ତିସ୍ ମାର ଖାନଙ୍କ ଶୀଲା କି ଜାୱାନୀ ଭଳି ପ୍ରସିଦ୍ଧ ଗୀତକୁ କୋରିଓଗ୍ରାଫି କରି ସେ ତାଙ୍କ ନାମକୁ ଖ୍ୟାତିର ଉଚ୍ଚତାକୁ ଆଣିଥିଲେ।

ଦୁନିଆକୁ ନିଜର ଇସାରାରେ ନଚାଉଥିବା ଗୀତା କପୁର ଆଜି ପର୍ଯ୍ୟନ୍ତ ନିଜର ପ୍ରେମ ଜୀବନ ବିଷୟରେ ପ୍ରକାଶ କରିନାହାଁନ୍ତି। ତାଙ୍କ ନାମ ଅଭିନେତା ତଥା ମଡେଲ ରାଜୀବଙ୍କ ସହ ଅନେକ ଥର ଜଡିତ ଥିଲା। କିନ୍ତୁ ସେ ଏହାକୁ କେବଳ ଗୁଜବ ବୋଲି କହିଥିଲେ। ତେବେ ଗୀତା କପୁର ମଧ୍ୟ ତାଙ୍କ ପ୍ରଶଂସକଙ୍କୁ ଅନେକ ଥର ଆଶ୍ଚର୍ଯ୍ୟ କରିଛନ୍ତି। ବାସ୍ତବରେ, ସେ ଚାହିଦା ଅନୁଯାୟୀ ଅନେକ ଥର ନିଜ ମଥାରେ ସିନ୍ଦୁର ଭରିଥିବାର ନଜର ଆସିଛନ୍ତି। ଏହା ବ୍ୟତୀତ ସେ ସିନ୍ଦୁର ପିନ୍ଧିଥିବା ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପରେ ସୁଟିଂ ପାଇଁ ସେ ଏପରି ସିନ୍ଦୁର ପିନ୍ଧନ୍ତି ବୋଲି କହିଛନ୍ତି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

Leave A Reply

Your email address will not be published.