Latest Odisha News

BREAKING NEWS

ଆଜିଠୁ ଆରମ୍ଭ ହେବ ମହାପ୍ରଭୁଙ୍କ ଭିତର ଚନ୍ଦନଯାତ୍ରା

ପୁରୀ: ଆଜିଠାରୁ ମହାପ୍ରଭୁଙ୍କର ଭିତର ଚନ୍ଦନ ନୀତି ଆରମ୍ଭ ହେଉଛି । ମହାପ୍ରଭୁଙ୍କ ଭିତର ଚନ୍ଦନ ଯାତ୍ରା ୨୧ ଦିନ ଧରି ଅନୁଷ୍ଠିତ ହେବ । ୧୫ ତାରିଖ ଦିନ ଏକାଦଶୀ, ୧୯ ତାରିଖ ଦିନ ସାବିତ୍ରୀ ଅମାବାସ୍ୟା, ୨୪ ତାରିଖ ଦିନ ଶୀତଳ ଷଷ୍ଠୀ ଓ ୩୧ ତାରିଖ ଦିନ ରୁକ୍ମିଣୀ ବିବାହ ମହାପ୍ରଭୁଙ୍କ ଜଳକ୍ରୀଡା ନୀତି ଅନୁଷ୍ଠିତ ହେବ ।

ଗତକାଲି ନରେନ୍ଦ୍ର ସରୋବରରେ ବାହାର ଚନ୍ଦନ ନୀତି ଶେଷ ହେବା ପରେ ଶ୍ରୀମନ୍ଦିର ଭିତରେ ପ୍ରତିଦିନ ଆଲଟ ଲାଗି ଓ ଚନ୍ଦନ ଲାଗି ନୀତି କରାଯିବା ସହ ପଣା ଭୋଗ ଅନୁଷ୍ଠିତ ହେବ । ଚନ୍ଦନ ଯାତ୍ରାରେ ୪ଟି ସ୍ବତନ୍ତ୍ର ଦିବସରେ ଶ୍ରୀମନ୍ଦିର ଭିତର ବେଢାରେ ଥିବା ଜଳକ୍ରୀଡା ମଣ୍ଡପରେ ମହାପ୍ରଭୁଙ୍କର ଜଳକ୍ରୀଡା ନୀତି କରାଯିବ।

ସେପଟେ ଚଳଚଞ୍ଚଳ ରଥଖଳା । ରଥଖଳାରେ ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ରଥ ନିର୍ମାଣରେ ମହାରଣା, ଭୋଇ, କମାର ଓ ରୂପକାର ସେବାୟତ ମାନେ ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି । ୪ ତାରିଖ ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ପଡୁଥିବାବେଳେ ୪ ନାହାକା ଉଠିବାର ବିଧି ରହିଛି ।

 

Leave A Reply

Your email address will not be published.